ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ଵର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ। ଆୟ ବର୍ହିଭୂତ ସମ୍ପତି ଠୁଲ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ପାଣ୍ଡରା, ଚନ୍ଦ୍ରଶେଖରପୁର ଓ ଲକ୍ଷ୍ମୀସାଗର ଘରେ ଚଢଉ ହୋଇଛି। ସେହିପରି ବ୍ରହ୍ମପୁରର ପୈତୃକ ଘର ଓ ଭବାନୀପୁର ଘରେ ହୋଇଛିି ଭିଜିଲାନ୍ସ ରେଡ୍। ଠାବ ହୋଇଥିବା ବିପୁଳ ସମ୍ପତ୍ତି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୨ଟି ବହୁ ମହଲା କୋଠା, ୨ଟି ଫ୍ଲାଟ, ୫ଟି ପ୍ଲଟ, ଅଧ କେଜି ସୁନା, ଆକାଉଂଟରେ ୧ କୋଟି ୩୭ ଲକ୍ଷ ଟଙ୍କା ଜମା ଥିବା ଭିଜିଲାନ୍ସକୁ ସୂଚନା ମିଳିଛି। ଏହାଛଡା ୧ଲକ୍ଷ ୨୧ ହଜାର ଟଙ୍କାର ନଗଦ ଟଙ୍କା ଜବତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button