ସୀମା ବିବାଦର ସମାଧାନ ଉପରେ ଗୁରୁତ୍ଵ ଦେବେ ଭାରତ-ଚୀନ୍

ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଚୀନ ଓ ଭାରତ ସମ୍ପର୍କ ବିଗିଡିବାରେ ଲାଗିଛି। ଏହାର ସମାଧାନ ପାଇଁ ଆଜି ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ହୋଇଛି ଆଲୋଚନା। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ସୀମା ବିବାଦର ସମାଧାନ ଉପରେ ଦୁଇଦେଶ ଗୁରୁତ୍ୱ ଦେବେ। ପୂର୍ବରୁ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଆଧାରରେ ସମସ୍ୟାର ସମାଧାନ ହେବ। କିନ୍ତୁ ସୀମାରୁ ଭାରତ କୌଣସି ପରିସ୍ଥିତିରେ […]

ଅଧିକ ପଢନ୍ତୁ

ଲକ୍ ଡାଉନ୍ : ମଦକୁ କୋହଳ, ଅନ୍ୟ ଦୋକାନ ପାଇଁ କଟକଣା

ଗାଜିଆବାଦ : କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଜାରି ରହିଛି ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ୍। ଏହି ପର୍ଯ୍ୟାୟରେ ଅନେକ କଟକଣା କୋହଳ ହୋଇଛି। ହେଲେ ଗାଜିଆବାଦରେ ଲାଗୁ ହୋଇଥିବା କରକଣା ଟିକେ ଅଲଗା ପରିଲକ୍ଷିତ ହେଉଛି। କାରଣ ଏଠାରେ ଫଳ, ପନିପରିବା, କ୍ଷୀର ଦୋକାନ ଆଦିକୁ ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଦିଆଯାଇଛି ଅନୁମତି। ସେହିପରି ଗୋସାରୀ ଦୋକାନ ସକାଳ ୬ଟା ରୁ ଅପରାହ୍ନ ୪ଟା ଯାଏଁ ଖୋଲା […]

ଅଧିକ ପଢନ୍ତୁ

‘ଚୀନ୍ ସେନା ପାଖରେ ଯୁଦ୍ଧ ଅଭିଜ୍ଞତା ନାହିଁ’

ନୂଆଦିଲ୍ଲୀ: ଏବେ ୧୯୬୨ର ସ୍ଥିତି ନାହିଁ । ଚୀନ ସେନା ପାଖରେ ଯୁଦ୍ଧର ଅଭିଜ୍ଞତା ନାହିଁ । ତେଣୁ ବର୍ତମାନ ପରିସ୍ଥିତିରେ ଚୀନ ଭାରତ ସହ ଯୁଦ୍ଧ କରିବାକୁ ଚାହିଁବ ନାହିଁ ବୋଲି କହିଛନ୍ତି ପୂର୍ବତନ ସ୍ଥଳସେନାଧ୍ୟକ୍ଷ ଜେନେରାଲ ବିକ୍ରମ ସିଂ ।ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେଇ ଶ୍ରୀ ସିଂ କହିଲେ ଆମର ମିଲିଟାରୀ ଲିଡରସିପ୍ ବହୁତ ମଜବୁତ ଅଟେ । ବର୍ତମାନ ସେନାରେ ଏପରି କୌଣସି ଅଫିସର କିମ୍ବା […]

ଅଧିକ ପଢନ୍ତୁ

ମାସ୍କ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆ ଗାଇଡ୍‌ଲାଇନ୍ସ

ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମାସ୍କ ବ୍ୟବହାର ନେଇ ନୂଆ ଗାଇଡଲାଇନ୍ସ ଜାରି କରିଛି। ଏଥିରେ କୁହାଯାଇଛି ବ୍ୟାପକ ସଂକ୍ରମିତ ସ୍ଥାନରେ ରୋଗୀଙ୍କ ସହ ମେଡିକାଲର ସମସ୍ତ କର୍ମଚାରୀ ମେଡିକାଲ୍‌ ମାସ୍କ ପିନ୍ଧିବା ଜରୁରୀ। ଏପରିକି ମେଡିକାଲରେ କାମ କରୁଥିବା ସଫେଇ କର୍ମଚାରୀ ଏହି ମାସ୍କ ପିନ୍ଧିବେ। ସେହିପରି କୋଭିଡ୍-୧୯ ସଂକ୍ରମଣ ନଥିବା ଓ୍ୱାର୍ଡର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଗୋଷ୍ଠୀ […]

ଅଧିକ ପଢନ୍ତୁ

କରୋନା ଟିକା ଉତ୍ପାଦନ ପାଇଁ ଭାରତୀୟ ପ୍ରତିଷ୍ଠାନ ସହ ରାଜିନାମା

ଲଣ୍ଡନ : କରୋନା ବା କୋଭିଡ-୧୯ ପ୍ରତିଷେଧକ ଟିକା ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଉଦ୍ଭାବନ କରିଛି। ପରୀକ୍ଷଣ ସଫଳ ହେଲେ ଭାରତରେ ଉତ୍ପାଦନ ହେବ। ସେଥିପାଇଁ ବାୟୋଫାର୍ମା କମ୍ପାନି ଆଷ୍ଟ୍ରାଜେନିକା ଓ ପୁଣେର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟରେ ରାଜିନାମା ସ୍ଵାକ୍ଷର ହୋଇଛି। ଅନ୍ୟପକ୍ଷରେ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ କହିଛି ଟିକାର କାମ ଦ୍ରୁତ ବେଗରେ ଆଗେଇ ଚାଲିଛି। ନିକଟରେ ସରିଛି ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ। ପ୍ରାୟ ୧୦ ହଜାର ପ୍ରାପ୍ତ ବୟସ୍କ ସ୍ବେଚ୍ଛାସେବୀ ଏହି […]

ଅଧିକ ପଢନ୍ତୁ

୮ରୁ ତିରୁପତି ମନ୍ଦିର ଖୋଲିବ

ତିରୁପତି : ଆସନ୍ତା ଜୁନ ୮ରୁ ଖୋଲିବ ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର। ଏ ସଂପର୍କରେ ଆଜି ଟିଟିଡି ଟ୍ରଷ୍ଟର ସଭାପତି ଓ୍ଵାଇଭି ସୁବାରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ୮ ତାରିଖରୁ ପରୀକ୍ଷାମୂଳକ ଭିତ୍ତିରେ ଦର୍ଶନ ଆରମ୍ଭ ହେବ। ଦୈନିକ ସକାଳ ସାଢେ ୬ଟାରୁ ସାଢେ ୭ଟା ମଧ୍ୟରେ ୫୦୦ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ଦିଆଯିବ। ସେହିପରି ଜୁନ ୮ ଓ ୯ ତାରିଖରେ ତିରୁପତି ମନ୍ଦିରର କର୍ମଚାରୀମାନେ ଇଣ୍ଟ୍ରାନେଟ ମାଧ୍ୟମରେ ବୁକିଂ କରି […]

ଅଧିକ ପଢନ୍ତୁ

ଚଳିତ ଆର୍ଥିକବର୍ଷ ଶେଷଯାଏଁ ନୂଆ ଯୋଜନା ନାହିଁ : ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷ ଶେଷଯାଏଁ କୌଣସି ନୂଆ ଯୋଜନା ହେବନାହିଁ। ଅର୍ଥମନ୍ତ୍ରାଳୟ ଏହି ଘୋଷଣା କରିଛି। ଶୁକ୍ରବାର ଅର୍ଥ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଆତ୍ମ ନିର୍ଭର ଭାରତ ଅଭିଯାନ ଓ ଅନ୍ୟାନ୍ୟ ସ୍ଵତନ୍ତ୍ର ପ୍ୟାକେଜ୍ ଉପରେ ଦିଆଯିବ। ସେଥିପାଇଁ ବଜେଟ୍ ଅନୁମୋଦିତ ଯୋଜନା ଗୁଡ଼ିକ ମଧ୍ୟ ମାର୍ଚ ୩୧ ସ୍ଥଗିତ ରହିବ। କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍ ଯୋଗୁଁ ରାଜସ୍ଵ ହ୍ରାସର ମୁକାବିଲା କରିବାକୁ ସରକାର ଖର୍ଚ୍ଚ ଉପରେ କଟକଣା ଜାରି କରିଛନ୍ତି।

ଅଧିକ ପଢନ୍ତୁ

କଂଗ୍ରେସରୁ ଇସ୍ତଫା ଦେଲେ ୮ ବିଧାୟକ

ଗାନ୍ଧୀନଗର: ଗୁଜୁରାଟରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଜାରି ରହିଛି । ଗୁରୁବାର ୨ଜଣ ବିଧାୟକ ଇସ୍ତଫା ଦେଇଥିବାବେଳେ ଶୁକ୍ରବାର ପୁଣି ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି । ଫଳରେ ଇସ୍ତଫା ଦେଇଥିବା ବିଧାୟକଙ୍କ ସଂଖ୍ୟା ଏବେ ୮ରେ ପହଂଚିଛି । ଆଜି ଇସ୍ତଫା ଦେଇଥିବା ବିଧାୟକ ହେଲେ ବ୍ରିଜେଶ ମେରଜା । ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପରେ ୫ଜଣ ବିଧାୟକ ଇସ୍ତଫା ଦେଇଦେଇଥିଲେ । ଗୁଜୁରାଟ ବିଧାନସଭା ଅଧ୍ୟକ୍ଷ କହିଛନ୍ତି ସମସ୍ତ […]

ଅଧିକ ପଢନ୍ତୁ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୬୩୪୮

ନୂଆଦିଲ୍ଲୀ : ଦେଶରେ ୨୨୬୭୭୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୯୪୬୧ ଜଣ ସୁସ୍ଥ ହୋଇଥିବା ବେଳେ ୬୩୪୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୯୬୦ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ମୃତ୍ୟୁବରଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୭୧ ଜଣ ରହିଛନ୍ତି। ସେହିପରି ଆସାମରେ ୪ ଜଣ, ବିହାରରେ ୨୯ ଜଣ, ଚଣ୍ଡିଗଡ଼ରେ ୫ ଜଣ, ଛତିଶଗଡ଼ରେ ୨ […]

ଅଧିକ ପଢନ୍ତୁ

କରୋନା : ସୋସାଇଟି ଓ କଲୋନୀ ସିଲ୍ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : କରୋନା ପଜିଟିଭ ଚିହ୍ନଟ ପରେ ଦିଲ୍ଲୀରେ ପୁରା କଲୋନୀ କିମ୍ବା ହାଉସିଂ ସୋସାଇଟିକୁ ସିଲ କରାଯାଉଛି। ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିୟମ ପରିବର୍ତ୍ତନ କରାଯାଇଛି। ଏଣିକି କୌଣସି କଲୋନୀ କିମ୍ବା ହାଉସିଂ ସୋସାଇଟିକୁ ସଂପୂର୍ଣ୍ଣ ସିଲ କରାଯିବ ନାହିଁ। କେବଳ ସେହି ଟାୱାର କିମ୍ବା ସେହି ଫ୍ଲୋରକୁ ସିଲ କରାଯିବ। ଏହି ନିର୍ଣ୍ଣୟ ନେବା ଅଧିକାର ଜିଲ୍ଲା ଅଧିକାରୀଙ୍କୁ ଦିଆଯାଇଛି। ରାଜ୍ୟ ସରକାର ଓ ଗୃହ ମନ୍ତ୍ରାଳୟ ଏନେଇ […]

ଅଧିକ ପଢନ୍ତୁ