janatakhabar.in

ଛତିଶଗଡ଼ : କଂଗ୍ରେସର ଦୁଇ ପୂର୍ବତନ ବିଧାୟକଙ୍କୁ ବହିଷ୍କାର

ରାୟପୁର : ଛତିଶଗଡ଼ର ଦୁଇଜଣ ପୂର୍ବତନ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ସେମାନେ ହେଲେ ବିନୟ ଜୟସ୍ୱାଲ ଓ ବୃହସ୍ପତ ସିଂ। ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଉଭୟ ନେତା ଦଳର ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେଥିପାଇଁ ସେମାନେଙ୍କୁ କାରଣ ଦର୍ଶାଅ ନୋଟିସ ନୋଟିସ୍ ଜାରି କରାଯାଇଥିଲଲା। ଖବର ଅନୁଯାୟୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦଳୀୟ ନେତାମାନେ ପରସ୍ପରକୁ ଦାୟୀ କରୁଥିଲେ। ଏଥିସହ ବରିଷ୍ଠ…

Read More
janatakhabar.in

ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିନ : ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସଂସଦରେ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆଉ ତ୍ରୁଟିର ତଦନ୍ତ ପାଇଁ ସରକାର ଗଠନ କରିଛନ୍ତି କମିଟି। ଖବର ଅନୁଯାୟୀ ଗୁରୁବାର ସଂସଦର ଉଭୟ ଗୃହ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତାମାନେ ସୁରକ୍ଷା ତ୍ରୁଟି ନେଇ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କରିବାରୁ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଅଶାଳୀନ ଆଚରଣ ପାଇଁ ୫…

Read More
janatakhabar.in

ଧାର୍ମିକସ୍ଥଳରେ ଲାଉଡସ୍ପିକର ଉଚ୍ଚ ସ୍ଵରରେ ବାଜିପାରିବନି : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ : ଧାର୍ମିକ ସ୍ଥଳରେ ଉଚ୍ଚ ସ୍ଵରରେ ଲାଉଡସ୍ପିକର ବାଜିପାରିବ ନାହିଁ। ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବ ଶପଥ ନେବାପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ମୋତେ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଦେଇଥିବାରୁ ମୁଁ ଦଳୀୟ ହାଇକମାଣ୍ଡଙ୍କୁ କୃତଜ୍ଞତା ଜଣାଉଛି। ଏହା ହେଉଛି ବିଜେପିର ଚରିତ୍ର ଯାହା ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ସୁଯୋଗ ଦେଇଥାଏ। ମୁଁ ଜଣେ ସେବକ ଭାବରେ ଏହି ଦାୟିତ୍ୱ ନେଇଛି। ଖବର ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ…

Read More
janatakhabar.in

ସଂସଦ ଅନୁପ୍ରବେଶ ମାମଲାରେ ୬ ଜଣ ସଂପୃକ୍ତ ସଂଦେହ

ନୂଆଦିଲ୍ଲୀ : ଆଜିର ସଂସଦ ଅନୁପ୍ରବେଶ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ୪ଜଣ ଗିରଫ ହୋଇଛନ୍ତି। ଅନ୍ୟମାନେ ଫେରାର ଥିବାରୁ ସେମାନଙ୍କ ଗିରଫ ପାଇଁ ସୁରକ୍ଷା ଏଜେନ୍ସିମାନେ ଉଦ୍ୟମ ଜାରି ରଖିଛନ୍ତି। ଖବର ଅନୁଯାୟୀ ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ୬ ଜଣ ସମ୍ପୃକ୍ତ। ଏମାନଙ୍କ ମଧ୍ୟରୁ ଲୋକସଭା ଭିତରେ ଦୁଇ ଓ ସଂସଦ ବାହାରେ ୨ ଜଣ ଧରାପଡ଼ିଛନ୍ତି। ଅନ୍ୟ ଦୁଇଜଣ ଫେରାର ଥିବାରୁ ସେମାନଙ୍କୁ ଖୋଜା ଚାଲିଛି। କୁହାଯାଉଛି…

Read More
janatakhabar.in

ଲୋକସଭା ଦର୍ଶକ ଗ୍ୟାଲେରିରୁ ଡେଇଁ ଗୃହରେ ଦୌଡିଲେ ଦୁଇ ଯୁବକ

ନୂଆଦିଲ୍ଲୀ : ଲୋକସଭା ଆକ୍ରମଣକୁ ଆଜି ୨୨ ବର୍ଷ ପୂରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଶବାସୀଙ୍କୁ ଚକିତ କରିଛି। ଲୋକସଭା ଚାଲିଥିବା ସମୟରେ ଦର୍ଶକ ଗ୍ୟାଲେରିରୁ ଦୁଇଜଣ ଯୁବକ ଭିତରକୁ ଡେଇଁ ଗୃହରେ ଦୌଡ଼ାଦୌଡ଼ି କରିବାରୁ ଚାରିଆଡ଼େ ହଳଦିଆ ରଙ୍ଗର ଧୂଆଁ ବ୍ୟାପିଯାଇଥିଲା। ଖବର ଅନୁଯାୟୀ ଦୁଇ ଯୁବକଙ୍କୁ କିଛି ସାଂସଦ କାବୁକରି ଲୋକସଭା ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣା ପରେ ବାଚସ୍ପତି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରିଥିଲେ।ଦୁଇ ଯୁବକଙ୍କୁ ପାର୍ଲାମେଣ୍ଟ…

Read More
janatakhabar.in

ନୂଆ ସିଇସି ବିଲ୍‌ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନର ନିଯୁକ୍ତି ସମ୍ପର୍କିତ ବିଲ୍ ରାଜ୍ୟସଭାରେ ପାରିତ ହୋଇଛି। ବିରୋଧିଦଳ ଗୁଡ଼ିକ ଏହାକୁ ବିରୋଧକରି କକ୍ଷତ୍ୟାଗ କରିଥିଲେ। ଖବର ଅନୁଯାୟୀ ବିଲ୍‌ର ବ୍ୟବସ୍ଥା ଅନୁସାରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ। ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା (ଲୋକସଭା)…

Read More
janatakhabar.in

ପାକିସ୍ତାନ ସେନା ବେସରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଆଡ୍ଡାରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ପାକିସ୍ତାନୀ ତାଲିବାନ ସହ ଜଡିତ ଆତଙ୍କବାଦ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଜଣାପଡିଛି। ଖବର ଅନୁଯାୟୀ ଆଫଗାନିସ୍ତାନ ସୀମାନ୍ତ ଖାଇବର ପଖତୁନଖ୍ୱା ଡେରା ଇସଲାମ ଖାନ ଜିଲ୍ଲାରେ ଥିବା ସେନା ବେସ୍ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀ ଘଟାଇଥିବା ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି।…

Read More
janatakhabar.in

ଭଜନଲାଲ ଶର୍ମା ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର : ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ ହେବେ ଭଜନ ଲାଲ ଶର୍ମା। ମଙ୍ଗଳବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ’କୁ ମିଳିଛି ଅନୁମୋଦନ। ଦିୟା କୁମାରୀ ଓ ପ୍ରେମଚନ୍ଦ ବୈରବା ଉପମୁଖ୍ୟମନ୍ତ୍ରୀ ରହିବେ। ବାଚସ୍ପତି ହେବେ ବାସୁଦେବ ଜଗନାନୀ। ଏ ସଂପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ତଥା ଦଳର ରାଜସ୍ଥାନର ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ବିଧାୟକ…

Read More
janatakhabar.in

ଲୋକସଭାରୁ ବହିଷ୍କାର ପରେ ସରକାରୀ ବଙ୍ଗଳା ଛାଡ଼ିବେ ମହୁଆ ମୈତ୍ର

ନୂଆଦିଲ୍ଲୀ : ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ଲୋକସଭାରୁ ବହିଷ୍କାର ହୋଇଥିଲେ ଟିଏସମି ସାଂସଦ ମହୁଆ ମୈତ୍ର। ଏବେ ସରକାରୀ ବଙ୍ଗଳା ଖାଲି କରିବେ। ସେଥିପାଇଁ ଗୃହ ଓ ସହର ବ୍ୟାପର ମନ୍ତ୍ରାଳୟକୁ ଚିଠି ଲେଖିଛି ହାଉସିଂ କମିଟି। ସୂଚନାଯୋଗ୍ୟ ଏଥିକ୍ସ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବା ପରେ ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ବହିଷ୍କାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ ମହୁଆ ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା…

Read More
janatakhabar.in

ରାଜ୍ୟମାନଙ୍କୁ ଆରବିଆଇ ପରାମର୍ଶ : ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଚିନ୍ତା କରନାହିଁ

ନୂଆଦିଲ୍ଲୀ : ପୁରୁଣା ପେନସନ୍ ଯୋଜନାକୁ ଲାଗୁ କରିବାକୁ ଚିନ୍ତା କରନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ରାଜ୍ୟଗୁଡ଼ିକୁ ଏହି ପରାମର୍ଶ ଦେଇଛନ୍ତି। ଖବର ଅନୁଯାୟୀ ଆରବିଆଇ କହିଛି ପୁରୁଣା ପେନସନ୍ ଯୋଜନା ଲାଗୁକଲେ ଖର୍ଚ୍ଚ ବହୁ ମାତ୍ରାରେ ବଢ଼ିଯିବ। ଏହାକୁ ଆଉ ନିୟନ୍ତ୍ରଣ କରିହେବ ନାହିଁ। ଆରବିଆଇ ପକ୍ଷରୁ କୁହାଯାଇଛି ଜନସାଧାରଣଙ୍କୁ ଲୋଭ ଦେଖାଇ ଦିଆଯାଇଥିବା ପ୍ରତିଶ୍ରୁତି ଯୋଗୁଁ ଆର୍ଥିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିପାରେ। ଯଦି ସମସ୍ତ ରାଜ୍ୟ ଓପିଏସ୍ ଫେରାଇ…

Read More