ପାକିସ୍ତାନ ସେନା ବେସରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ

ନୂଆଦିଲ୍ଲୀ : ପାକିସ୍ତାନୀ ସେନା ଆଡ୍ଡାରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ପାକିସ୍ତାନୀ ତାଲିବାନ ସହ ଜଡିତ ଆତଙ୍କବାଦ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଆଫଗାନିସ୍ତାନ ସୀମାନ୍ତ ଖାଇବର ପଖତୁନଖ୍ୱା ଡେରା ଇସଲାମ ଖାନ ଜିଲ୍ଲାରେ ଥିବା ସେନା ବେସ୍ ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଆତଙ୍କବାଦୀ ଘଟାଇଥିବା ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସାଦା ପୋଷାକ ପିନ୍ଧି ଥିବାରୁ ସେମାନଙ୍କ ମଧ୍ୟରୁ କେତେ ଜଣ ସେନା କର୍ମଚାରୀ ସ୍ପଷ୍ଟ ହୋଇ ପାରିନି। ଜଣେ ଅଧିକାରୀଙ୍କ କହିବା ଅନୁସାରେ ମୃତଦେହ ଚିହ୍ନଟ ଚାଲିଛି। ବିସ୍ଫୋରଣରେ ତିନୋଟି କୋଠରୀ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାରୁ ଧ୍ୱଂସାବଶେଷ ତଳେ କିଛି ଚାପି ହୋଇଯାଇଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ତେହେରିକ୍-ଇ-ଜିହାଦ୍ ପାକିସ୍ତାନ-ପାକିସ୍ତାନୀ ତାଲିବାନ ସହ ଜଡିତ ଏକ ନୂଆ ଗୋଷ୍ଠୀ କହିଛି ଏହି ଆକ୍ରମଣ ରାତି ପ୍ରାୟ ଅଢେଇଟା ସମୟରେ ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button