ଭୋଜିରେ ନାଚୁଥିବା ବେଳେ ଜୀବନ ଚାଲିଗଲା

ନୂଆଦିଲ୍ଲୀ : ପଡ଼ିଶାଘର ଲୋକ ପୁଅର ବିବାହ ଭୋଜିରେ ନାଚୁଥିବା ଜଣେ ବ୍ୟକ୍ତିଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦିଲଶାଦ ନାମକ ଏହି ବ୍ୟକ୍ତିଙ୍କର ବୟସ ପାଖାପାଖି ୪୫ବର୍ଷ ହେବ। ଉତ୍ତରପ୍ରଦେଶ ଅଯୋଧ୍ୟାର ପଟରଙ୍ଗା ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି।

ଖବର ଅନୁଯାୟୀ ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ‘ଖାଇକେ ପାନ ବନାରସ…’ ଗୀତରେ ନାଚୁଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି। ସେ ତଳେ ପଡ଼ିଯାଉଛନ୍ତି। ଉପସ୍ଥିତ ଲୋ‌କେ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସେ ଉଠୁ ନାହାନ୍ତି। ଏହାପରେ ତାଙ୍କୁ ଆମ୍ବୂଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button