କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପାଟଣା ଗ୍ରାମରେ ଆଜି ଅଘଟଣ ଘଟିଛି। କୂଅ ସଫା କରିବା ବେଳେ ୨ଜଣ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ରହିଛି। ମୃତକ ଦ୍ୱୟ ହେଲେ କୈଳାସ ପ୍ରଧାନ ଓ ପ୍ରଦୀପ ପ୍ରଧାନ। ଗୁରୁତର ବାବୁଲା ପ୍ରଧାନଙ୍କୁ ମେଡିକାଲରେ  ଭର୍ତ୍ତି କରାଯାଇଛି।

ଅଧିକ ପଢନ୍ତୁ

ଅଲକାଏଦା ମୁଖ୍ୟ ଡ୍ରୋକଡେଲ୍ ନିହତ

ଆଲଜେରିଆ : ଫ୍ରାନ୍ସ ସେନା କାର୍ଯ୍ୟାନୁଷ୍ଠାନରେ ଅଲକାଏଦା ମୁଖ୍ୟ ଆବଦେଲମାଲେକ୍ ଡ୍ରୋକଡେଲ୍ ନିହତ ହୋଇଛି। ଗତ ୭ ବର୍ଷ ଧରି ସେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟାକଳାପରେ ସଂପୃକ୍ତ ଥିଲା। ଗତ ୩ ତାରିଖରେ ଫ୍ରାନ୍ସ ସେନା ଡ୍ରୋକଡେଲ୍ ବିରୋଧରେ ବଡ ଧରଣର ଅପରେସନ ଆରମ୍ଭ କରିଥିଲା। ଏଥିରେ ଡ୍ରୋକଡେଲ ପ୍ରାଣ ହରାଇଥିବା ବେଳେ ତାର ଅନେକ ସହଯୋଗୀ ମଧ୍ୟ ନିହତ ହୋଇଛନ୍ତି। ଏହି ଅପରେସନ ଆଲଜେରିଆର ଉତ୍ତର ମଲୀରେ ଚାଲିଥିଲା ବୋଲି ଫ୍ରାନ୍ସ ସଶସ୍ତ୍ର ସେନା ମନ୍ତ୍ରୀ […]

ଅଧିକ ପଢନ୍ତୁ

ନୌସେନା ଗୁପ୍ତଚର ବୃତ୍ତି: ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ

ନୂଆଦିଲ୍ଲୀ : ଭାରତୀୟ ନୌସେନା ଘାଟିରେ ହୋଇଥିବା ଗୁପ୍ତଚରବୃତ୍ତି ଘଟଣାର ଚେର ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଲମ୍ବିଛି। ଏ ସମ୍ପର୍କରେ ଏନଆଇଏ ଜାଣିପାରିଥିବା ବେଳେ ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଆଜି ମୁମ୍ବାଇରୁ ଗିରଫ କରିଛି। ତାଙ୍କ ନାଁ ଅବଦୁଲ ରେହେମାନ ଅବଦୁଲ ଜବାର ସେଖ। ତାଙ୍କ ଘରୁ ଅନେକ ଆପତ୍ତିଜନକ କାଗଜପତ୍ର ଓ ଡିଜିଟାଲ ଡିଭାଇସ ଜବତ ହୋଇଛି। ଜେରା ବେଳେ ସେ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ଼ କରୁଥିବା ସ୍ୱୀକାର କରିଛି। ଏହା ପୂର୍ବରୁ ୧୪ ଜଣଙ୍କୁ […]

ଅଧିକ ପଢନ୍ତୁ

ମାସିକ କୋଟିଏ ଟଙ୍କା ଦରମା ନେଉଥିବା ଶିକ୍ଷୟିତ୍ରୀ ଗିରଫ୍

ଲକ୍ଷ୍ନୌ : ଗୋଟିଏ ସ୍କୁଲରେ ଚାକିରି କରି ୨୫ଟି ସ୍କୁଲରୁ ଦରମା ନେଉଥିବା ବିଜ୍ଞାନ ଶିକ୍ଷୟିତ୍ରୀଙ୍କୁ ପୋଲିସ ଗିରଫ କରିଛି। ଏହି ଶିକ୍ଷୟିତ୍ରୀ ଜଣଙ୍କ ଉତ୍ତର ପ୍ରଦେଶର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର। ନାଁ ଅନାମିକା ଶୁକ୍ଳା। ତାଙ୍କ ନାମରେ ଅଭିଯୋଗ ଉଠିବା ପରେ ସେ ଆଜି ତାଙ୍କ ଇସ୍ତଫା ପତ୍ର ଅନ୍ୟ ଜଣଙ୍କ ହାତରେ ପ୍ରଶାସନ ପାଖକୁ ପଠାଇଥିଲେ। ଏହାପରେ ସେହି ବ୍ୟକ୍ତି ଜଣଙ୍କୁ ପୁଲିସ ଅଟକ ରଖିବା ସହିତ ଶିକ୍ଷୟିତ୍ରୀଙ୍କୁ ରାସ୍ତାରୁ ଗିରଫ୍ କରିଛି। […]

ଅଧିକ ପଢନ୍ତୁ

ସାମ୍ବାଦିକାଙ୍କୁ ଦୁଷ୍କର୍ମ କରିଥିଲେ ପାକ୍ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଲଜ୍ଜା। ପାକ୍ ପୂର୍ବତନ ଗୃହମନ୍ତ୍ରୀ ଜଣେ ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଆମେରିକୀୟ ସାମ୍ବାଦିକା (ପାକିସ୍ତାନ ବାସିନ୍ଦା) ସିନ୍ଥିଆ ଡି. ରିଚି। ସେ କହିଛନ୍ତି ୨୦୧୧ ମସିହାରେ ଗୃହମନ୍ତ୍ରୀ ଥିବା ରେହମାନ ମଲିକ ତାଙ୍କୁ ରାଷ୍ଟ୍ରପତି ଭବନରେ ଦୁଷ୍କର୍ମ କରିଥିଲେ। ସେହି ସମୟରେ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁପ୍ ରଜା ଗିଲାନୀ। ସେ ମଧ୍ୟ ତାଙ୍କୁ […]

ଅଧିକ ପଢନ୍ତୁ

୩ ହାଇୱେ ଲୁଟେରା ଗିରଫ

ଆନନ୍ଦପୁର : ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥରେ ଚଳାଚଳ କରୁଥିବା ଟ୍ରକରୁ ଲୁଟ୍‌ କରୁଥିବା ୩ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଏହି ଲୁଟେରାମାନେ ହେଲେ ଯାଜପୁର ଜିଲ୍ଲା କୋରେଇର ବିକାଶ ଲୋହାର, କେନ୍ଦୁଝର ରାମଚନ୍ଦ୍ରପୁର ପଦନା ଅଞ୍ଚଳର ପିଙ୍କୁ ସାହୁ ଓ ସତ୍ୟବ୍ରତ ମହାନ୍ତି। ଖବର ଅନୁଯାୟୀ ଗତକାଲି ବେଲବାହାଳି ନିକଟରେ ରାହାଜାନି ଚାଲିଥିବା ଖବର ପାଇ ଘସିପୁରା ପୋଲିସ ଚଢଉ କରିଥିଲା। ଘଟଣାସ୍ଥଳରେ ଧରାପଡିଥିଲା ବିକାଶ। ଅନ୍ୟମାନେ ଖସି ପଳାଇଥିଲେ ମଧ୍ୟ ଦୁଇଜଣଙ୍କୁ […]

ଅଧିକ ପଢନ୍ତୁ

ମାର୍କେଟ୍ କମିଟି ସେକ୍ରେଟାରୀଙ୍କୁ ବିଜେପି ନେତ୍ରୀଙ୍କ ଚପଲ ମାଡ

ଚଣ୍ଡୀଗଡ଼ : ଚର୍ଚ୍ଚାରେ ବିଜେପି ନେତ୍ରୀ ସୋନାଲୀ ଫୋଗଟ୍। ହରିୟାଣା ହିସାରର ବଲସାମାନ୍ଦ ମାର୍କେଟ୍ କମିଟିର ସେକ୍ରେଟାରୀ ସୁଲତାନ ସିଂହଙ୍କୁ ସୋନାଲୀ ଚପଲରେ ପିଟିଛନ୍ତି। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ହରିୟାଣାର ହିସାରର ଆଦମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଟିକଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲୀ କଂଗ୍ରେସ ପ୍ରାର୍ଥୀ କୁଲଦୀପ ବିଶ୍ନୋଇଙ୍କ ବିରୋଧରେ ଲଢ଼ି ହାରିଥିଲେ। ଏବେ ସାଧାରଣ ବିବାଦ ନେଇ ସେ ମାଡ଼ ମାରିଥିବା କୁହାଯାଉଛି। ସୋନାଲୀ ଏକ ଧାନ ମଣ୍ଡିକୁ […]

ଅଧିକ ପଢନ୍ତୁ

ଜମି ବିବାଦ: ଦାଦା-ଖୁଡ଼ୀଙ୍କୁ ହତ୍ୟାକଲା ପୁତୁରା

ବଲାଙ୍ଗୀର : ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁ’ରେ ଜମିବାଡ଼ି ବିବାଦକୁ ନେଇ ଘଟିଛି ହତ୍ୟାକାଣ୍ଡ। ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି କୂଅରେ ଫିଙ୍ଗିଦେଇଛି ପୁତୁରା। ଖବର ଅନୁଯାୟୀ ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁ’ର ତ୍ରିଲୋଚନ ନାଗଙ୍କ ପରିବାର ଓ ତାଙ୍କ ପୁତୁରା କୁଶ ନାଗଙ୍କ ମଧ୍ୟରେ ଦୀର୍ଘ ବର୍ଷହେଲା ଜମିଜମାକୁ ବିବାଦ ରହିଥିଲା। ଶୁକ୍ରବାର ରାତିରେ ତ୍ରିଲୋଚନ ଗାଁ’ରେ ତାସ ଖେଳୁଥିବା ସମୟରେ ପୁତୁରା କୁଶ ଆସି କଳି ଆରମ୍ଭ କରିବା ସହିତ ଏକ ଧାରୁଆ ଅସ୍ତ୍ରରେ […]

ଅଧିକ ପଢନ୍ତୁ

ଭାଉଜ ସହ ଅନୈତିକ ସଂପର୍କ ପାଇଁ ସାନଭାଇର ଜୀବନ ଗଲା

କେନ୍ଦୁଝର : ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଫାଣ୍ଡିର ଲକ୍ଷ୍ମୀନାରାୟଣପୁର ଢିପା ସାହିରେ ସାନଭାଇକୁ ତୀରମାରି ହତ୍ୟା କରିଛି ବଡଭାଇ। ଭାଉଜ ସହିତ ଅନୈତିକ ସଂପର୍କ ପାଇଁ ଏପରି ଘଟଣା ଘଟିଥିବା ଜଣାପଡିଛି। ଖବର ଅନୁଯାୟୀ କକା ପୁଅ ବଡ଼ଭାଇ ଶଙ୍କର ମୁଣ୍ଡାର ସ୍ତ୍ରୀ ଗୁରୁବାରୀ ସହିତ ଜିତୁ ମୁଣ୍ଡାର ବର୍ଷେରୁ ଅଧିକ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏ ସମ୍ପର୍କରେ ଜାଣିବା ପରେ ଶଙ୍କର ଜିତୁକୁ ଦୂରେଇ ଯିବାପାଇଁ ତାଗିଦ କରିଥିଲା। ହେଲେ ଏ […]

ଅଧିକ ପଢନ୍ତୁ

ମାସ୍କ ନପିନ୍ଧିବାରୁ ପୋଲିସର କାର୍ଯ୍ୟାନୁଷ୍ଠାନ, ଭିଡିଓ ଭାଇରାଲ

ଜୟପୁର : ମାସ୍କ ପିନ୍ଧିନଥିବାରୁ ଜଣେ ବ୍ୟକ୍ତି ଜଣଙ୍କୁ ଶାରୀରିକ ନିର୍ଯାତନା। ବେକକୁ ଆଣ୍ଠୁରେ ମାଡି ବସିଥିବା ବେଳର ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି। ଖବର ହେଲା ରାଜସ୍ଥାନ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ମଙ୍ଗଳବାର ଜଣେ ବ୍ୟକ୍ତି ମାସ୍କ ପିନ୍ଧିନଥିବା କାରଣରୁ ଦୁଇଜଣ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ଚାଲାଣ କାଟିଥିଲେ। ଏହି କଥାକୁ ନେଇ ପରସ୍ପରଙ୍କ ମଧ୍ୟରେ ଠେଲାପେଲା ହେବାରୁ ପୋଲିସ ରାଗରେ ବ୍ୟକ୍ତି ଜଣକୁ ଆକ୍ରମଣ କରିଥିବା ଦେଖିବାକୁ […]

ଅଧିକ ପଢନ୍ତୁ