ପରକୀୟା ପ୍ରୀତି : ସ୍ଵାମୀକୁ ପୋଡି ମାରିଲେ ପତ୍ନୀ ଓ ପ୍ରେମିକ

କଟକ : ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ। ପତ୍ନୀ ଓ ପ୍ରେମିକ ମିଶି ଯୁବକକୁ ପୋଡି ମାରିଦେଲେ। ଚୌଦ୍ଵାର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଥିବା ବେଳେ ଯୁବକର ପତ୍ନୀ ଓ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚିଳ କୁମାର ମହାପାତ୍ର ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି। ଗତ ୧ ତାରିଖ ଦିନ ପଡିଆରେ ଜଣେ ଯୁବକ ନିଆଁରେ ପୋଡି ଯାଉଥିବା ପୋଲିସ ଖବର ମିଳିଥିଲା। ପୋଲିସ ସେଠାରେ ପହଞ୍ଚି ଅର୍ଦ୍ଧ ଦଗ୍ଧ ଯୁବକଙ୍କୁ ଉଦ୍ଧାର କରି ଏସିସିବି ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ତାରିଖ ଦିନ ଯୁବକର ମୃତ୍ୟୁ ଘଟିଥିଲା। କିନ୍ତୁ ମୃତ୍ୟୁ ପୂର୍ବର ବୟାନ ଆଧାରରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ହେଲେ ସ୍ୱାମୀ ନିଶ୍ଟିଳଙ୍କୁ କେହି ପୋଡି ମାରିଦେଇଥିବା ପତ୍ନୀ ସୁହାସିନୀ ୬ ତାରିଖଦିନ ଚୌଦ୍ଵାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ହତ୍ୟା ମାମଲା ରୁଜୁ କରିବା ସହିତ ସୁହାସିନୀର କଲ୍ ରେକର୍ଡ ଯାଞ୍ଚ କରିଥିଲା। ଏଥିରୁ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରୁ ସୁହାସିନୀ ଓ ପ୍ରେମିକ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଛି।

ପ୍ରକୃତ ଘଟଣା ହେଲା ନିଶ୍ଚଳ ଓ ଚୌଦ୍ଵାର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଦୁଇ ବନ୍ଧୁ। ପୂର୍ଣ୍ଣଚନ୍ଦ୍ର ନିଶ୍ଚିଳଙ୍କ ଘରକୁ ଯିବା ଆସିବା କରୁଥିଲେ। ନିଶ୍ଚଳ ପାରାଦ୍ଵୀପ ପୋର୍ଟରେ ରହି କାମ କରନ୍ତି। ଘରକୁ ଆସିଲେ ନିଶା ସେବନ କରନ୍ତି। ସମୟକ୍ରମେ ପୂର୍ଣ୍ଣଚନ୍ଦ୍ର ଓ ନିଶ୍ଚିଳଙ୍କ ପତ୍ନୀ ସୁହାସିନୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ। ଏଥିରେ ନିଶ୍ଚିଳ କଣ୍ଟା ସାଜୁଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ସୁହାସିନୀ ଓ ପ୍ରେମିକ ପୂର୍ଣ୍ଣଚନ୍ଦ୍ର ଯୋଜନା କରିଥିଲେ। ସେହି ଅନୁସାରେ ପୂର୍ଣ୍ଣଚନ୍ଦ୍ର ଗତ ଏକ ତାରିଖରେ ନିଶ୍ଚଳଙ୍କୁ ଗୋବିନ୍ଦପୁର ସ୍ଥିତ ଘରୁ ନେଇ ଭୁବନେଶ୍ୱରରେ ଅତ୍ୟଧିକ ନିଶା ସେବନ କରାଇଥିଲେ। ଏହାପରେ ଚୌଦ୍ଵାର ଆଣି ତାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ଏ କଥା ପୂର୍ଣ୍ଣଚନ୍ଦ୍ର ପୋଲିସ ନିକଟରେ ସ୍ଵୀକାର କରିଥିବା କଟକ ଡିସିପି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button