ବୋଲେରୋ ଧକ୍କାରେ ଶଳା ଓ ଭିଣୋଇ ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତା କରକାଚିଆ ଛକରେ ଦୁର୍ଘଟଣା। ବୋଲେରୋ ଧକ୍କାରେ ଶଳା-ଭିଣୋଇଙ୍କ ସମେତ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ରାଜେଶ ପଟେଲ, ଭିଣୋଇ ତୁଳସିରାମ ପଟେଲ ଓ ସୁରଞ୍ଜନ ପଟେଲ ବାଇକରେ ରୋତରୁ ବଲାଙ୍ଗୀର ଯାଉଥିଲେ। କରକଚିଆ ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ଏକ ଦ୍ରୁତଗାମୀ ବୋଲେରୋ ବାଇକକୁ ଧକ୍କା ଦେବାରୁ ତିନିଜଣ ଛିଟିକି ପଡିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଲୋଇସିଂହା ହସ୍ପିଟାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ।

ମୃତକଙ୍କ ଭିତରେ ରୋତ ଗାଁ ର ଶାଳକ ରାଜେଶ ପଟେଲ, ସଦେଇପାଲି ଗାଁର ଭିଣୋଇ ତୁଳସିରାମ ପଟେଲ ଓ କୁଶଙ୍ଗ ଗାଁର ସୁରଞ୍ଜନ ପଟେଲ ରହିଛନ୍ତି। ଦୁର୍ଘଟଣା ଘଟାଇ ପଳାଇଯାଉଥିବା ବୋଲେରୋକୁ ରୋତ ଗାଁ ଲୋକେ ଅଟକାଇ ଭଙ୍ଗାରୁଜା କରିବା ସହିତ ଡ୍ରାଇଭରକୁ ନିସ୍ତୁକ ମାଡ ମାରିଛନ୍ତି। ଆହତ ଡ୍ରାଇଭରକୁ ଲୋଇସିଂହା ପୋଲିସ ଉଦ୍ଧାର କରି ଅଟକ ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button