ତାଲିବାନକୁ ବିଦ୍ରୋହୀଙ୍କ ଚ୍ୟାଲେଞ୍ଜ

କାବୁଲ : ଆଫଗାନିସ୍ତାନରେ ସରକାର ଗଠନ କରିବାକୁ ଦାବି କରୁଥିବା ତାଲିବାନକୁ ପଞ୍ଜଶିରର ବିଦ୍ରୋହୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବିଦ୍ରୋହୀ ସଂଗଠନ ଅହମ୍ମଦ ମାସୁଦ ଶନିବାର କହିଛନ୍ତି ତାଲିବାନ ବିରୋଧରେ ସ୍ୱର କେବେ ନରମିବ ନାହିଁ। ନ୍ୟାୟ ଓ ସ୍ୱାଧୀନତା ପାଇଁ ସଂଗ୍ରାମ କେବେ ହେଲେ ସେ ବନ୍ଦ କରିବେ ନାହିଁ। ପଞ୍ଜଶିରରେ ତାଲିବାନକୁ ବିରୋଧ ଓ ଆଫଗାନିସ୍ତାନରେ ମହିଳାମାନେ ନିଜର ଅଧିକାର ପାଇଁ ପ୍ରଦର୍ଶନ ସୂଚାଉଛି ଆଫଗାନିସ୍ତାନବାସୀ ସେମାନଙ୍କର ଅଧିକାର ପାଇଁ କେବେ ସ୍ୱର ନରମ କରିବେ ନାହିଁ।

ଆମେରିକାର ସୈନ୍ୟମାନେ ସେନା ପ୍ରତ୍ୟାହାର କରିବା ପରେ ଆଫଗାନିସ୍ତାନକୁ ତାଲିବାନ ଖୁବ ଶୀଘ୍ର ଦଖଲ କରିଥିଲା। କିନ୍ତୁ ଶୁକ୍ରବାର ଖବର ପ୍ରକାଶ ପାଇଥିଲା ତାଲିବାନୀ ପଞ୍ଜଶିର ଅଞ୍ଚଳକୁ କବଜା କରି ନେଇଛି ଖୁବ ଶୀଘ୍ର ଲଢ଼େଇ ଶେଷ ହେବ। ହେଲେ ବିଦ୍ରୋହୀ ଗୋଷ୍ଠୀ ଏହାକୁ ଖାରଜ କରିଛନ୍ତି। ଅହମ୍ମଦ ମାସୁଦ ଅଭିଯୋଗ କରିଛନ୍ତି ତାଲିବାନ ଏହି ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରି ଦେଇଛି। ତାଲିବାନର ଏପରି ରୋକ୍ ଉପରେ ସେ ଜାତିସଂଘକୁ ନିବେଦନ କରିଛନ୍ତି। ଏହାପୂର୍ବରୁ ବୁଧବାର ତାଲିବାନର ପ୍ରତିନିଧୀ ମଲ୍ଲିକ ଆମୀର ଖାନ କହିଛନ୍ତି ପଞ୍ଜଶିରରେ କୌଣସି ପ୍ରକାର ବୁଝାମଣା ହେବ ନାହିଁ।

ଅନ୍ୟପକ୍ଷରେ ତାଲିବାନ ଆଫଗାନିସ୍ତାନରେ ନୂଆ ସରକାର ଗଠନ କରିବାକୁ ନେଇ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍ ଶନିବାର ଏହି ସୂଚନା ଦେଇଥିବା ବେଳେ ତାଲିବାନ ସରକାର ଗଠନ ପାଇଁ ପ୍ରୟାସ କରୁଛି ଯାହାକୁ ଅନ୍ତର୍ଜାତୀୟ ସମୁଦାୟ ଗ୍ରହଣ କରିବ। ତେବେ ନୂଆ ସରକାର ଓ କ୍ୟାବିନେଟ୍ ସଦସ୍ୟଙ୍କ ବିଷୟରେ ଆସନ୍ତା ସପ୍ତାହରେ ଘୋଷଣା କରାଯିବ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button