ନୀତି ଆୟୋଗ ବୈଠକରେ ଯୋଗଦେଲେନି ୮ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ଅଷ୍ଟମ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇନାହାନ୍ତି। ସେହିପରି ପଶ୍ଚିମବଙ୍ଗ, ବିହାର, ରାଜସ୍ଥାନ, ଦିଲ୍ଲୀ, କେରଳ, ତେଲେଙ୍ଗାନା ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ ଯୋଗଦେଇଥିବା ଜଣାପଡିଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ବିକଶିତ ଭାରତ-୨୦୪୭ ମୁଖ୍ୟ ପ୍ରସଙ୍ଗ ରହିଛି। ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତ କିଭିଳି ସବୁ କ୍ଷେତ୍ରରେ ବିକଶିତ ହୋଇ ପାରିବ ସେନେଇ ଆଲୋଚନା ହେବ। ଏଥିସହ ସ୍ୱାସ୍ଥ୍ୟ, ନାରୀ ସଶକ୍ତୀକରଣ, ଭିତ୍ତିଭୂମୀ ବିକାଶ ଓ ଦକ୍ଷତା ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା ହେଉଛି। ବୈଠକରେ ଯୋଗଦେଇ ନଥିବାରୁ ଓଡିଶା ଏହି ପ୍ରସଙ୍ଗଗୁଡିକ ଉପସ୍ଥାପନ କରିବାରୁ ବଞ୍ଚିତ ହେବ।

Leave a Reply

Your email address will not be published. Required fields are marked *

Back to top button