୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି : ୨୫ ସୁଦ୍ଧା ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ

janatakhabar.in

ଭୁବନେଶ୍ଵର : ରାଜ୍ୟ ସରକାର ୧୬୦ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି। ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଏହି ବଦଳି ହୋଇଛି।

ଖବର ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ବିଜ୍ଞପ୍ତି ଅନୁସାରେ ବିଭିନ୍ନ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ୧୬୦ଜଣ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ଆସିଷ୍ଟାଣ୍ଟ କଲେକ୍ଟର, ଅତିରିକ୍ତ ତହସିଲଦାର ଓ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଆଜି ଅପରାହ୍ନରେ ସେମାନଙ୍କୁ କାର୍ଯ୍ୟ କରୁଥିବା ସ୍ଥାନରୁ ରିଲିଭ୍ କରାଯାଇଥିବା ବେଳେ ଅକ୍ଟୋବର ୨୫ତାରିଖ ସୁଦ୍ଧା ନୂଆ ସ୍ଥାନରେ ଯୋଗଦେବାକୁ ରହିଛି ନିର୍ଦ୍ଦେଶ। ଯାହାଫଳରେ ଅକ୍ଟୋବର ୨୭ରୁ ଆରମ୍ଭ ହେଉଥିବା ଫଟୋ ଇଲେକ୍ଟ୍ରୋରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ସେମାନେ ନିୟୋଜିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *