ମୁଖ୍ୟମନ୍ତ୍ରୀ ହେଲେ ଅମୂଲ ଦୁଗ୍ଧ ନ କିଣିବାକୁ କହିବି : ସିଦ୍ଧରମୖୟା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ହେଲେ ଅମୂଲ ଦୁଗ୍ଧ ନ କିଣିବାକୁ କର୍ଣ୍ଣାଟକବାସୀଙ୍କୁ କହିବି। ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୖୟା।

ଇଣ୍ଡିଆ ଟୁଡେ କର୍ଣ୍ଣାଟକ ରାଉଣ୍ଡ୍‌ଟେବଲ୍‌ ୨୦୨୩ରେ ଯୋଗଦେଇ ସିଦ୍ଧର‌ମୖୟା କହିଛନ୍ତି ଅମୂଲ ତା’ର ସାମ୍ପ୍ରତିକ ଗ୍ରାହକମାନଙ୍କ ଉପରେ ନିର୍ଭରଶୀଳ ହେବା ଉଚିତ। କିନ୍ତୁ ସେ କର୍ଣ୍ଣାଟକରେ ପ୍ରବେଶ କରି ଆଞ୍ଚଳିକ ଚାଷୀଙ୍କ ପ୍ରତି ଅନ୍ୟାୟ କରିବାକୁ ଉଦ୍ୟମ କରୁଛି। ସେଥିପାଇଁ ଲୋକେ ଅମୂଲର ଆଗମନକୁ ବିରୋଧ କରୁଛନ୍ତି। ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି ଅମୂଲ ଦୁଗ୍ଧ ନ କିଣିବାକୁ ଲୋକାମାନଙ୍କୁ କହିବି।

ଗୁଜରାଟର ଦୁଗ୍‌ଧଜାତ ସାମଗ୍ରୀ ସମବାୟ ଅମୂଲ ଦୁଗ୍ଧ ଓ ଦହି ଯୋଗାଣ ପାଇଁ କର୍ଣ୍ଣାଟକ ବଜାରରେ ପ୍ରବେଶ କରିବ ବୋଲି ଏପ୍ରିଲ୍‌ ୫ ତାରିଖରେ ଘୋଷଣା କରିଥିଲା। ଏହା ଉପରେ ସିଦ୍ଧରମୖୟା କହିଛନ୍ତି ବି‌ରୋଧୀଙ୍କ ବିରୋଧ ବଜାର-ବିରୋଧୀ ନୁହେଁ। ମାତ୍ର କୃତ୍ରିମ ଚାହିଦା ସୃଷ୍ଟି କରିବା ଭଲ ନୁହେଁ। ମାନ ଦୃଷ୍ଟିରୁ କର୍ଣ୍ଣାଟକର ‘ନନ୍ଦିନୀ’ ଓ ଗୁଜରାଟର ‘ଅମୂଲ’ ସମକକ୍ଷ। ତେଣୁ ‘ନନ୍ଦିନୀ’ ବ୍ୟବସାୟରେ ‘ଅମୂଲ’ ହସ୍ତକ୍ଷେପ କରିବା ଅନୁଚିତ।

Leave a Reply

Your email address will not be published. Required fields are marked *

Back to top button