ରାମ ମନ୍ଦିର ଉଦଘାଟନ : ହୋଟେଲ ଓ ଧର୍ମଶାଳା ପ୍ରି-ବୁକିଂ ବାତିଲ୍

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ରାମ ମନ୍ଦିର ଆସନ୍ତା ଜାନୁଆରି ୨୨ ତାରିଖରେ ଉଦଘାଟନ ହେବ। ଦେଶର ବିଭିନ୍ନ ସ୍ଥାନରୁ ଲୋକେ ସେଠାରେ ପହଞ୍ଚିବେ। ସେଥିପାଇଁ ଅଯୋଧ୍ୟାରେ ହୋଟେଲ ଓ ଧର୍ମଶାଳାର ରୁମ୍ ଆଗୁଆ ବୁକ୍ ହୋଇଛି। କିନ୍ତୁ ଆଜି ରାଜ୍ୟ ସରକାର ଏକ ଜରୁରୀ ବୈଠକ କରି ସମସ୍ତ ବୁକିଂକୁ ବାତିଲ କରିବାକୁ କହିଛନ୍ତି।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ସରକାର ଭିଭିଆଇପିଙ୍କ ସୁରକ୍ଷା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯେଉଁମାନଙ୍କ ପାଖରେ ଡ୍ୟୁଟି ପାସ୍ କିମ୍ବା ଶ୍ରୀରାମ ତିର୍ଥ ଟ୍ରଷ୍ଟର ନିମନ୍ତ୍ରଣ ପତ୍ର ଥିବ ସେମାନେ କେବଳ ଅଯୋଧ୍ୟାରେ ରହିପାରିବେ। ଏହା ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ କହିଥିଲେ ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁଆରି ୨୨ ମଧ୍ୟାହ୍ନ ୧୨ଟାରେ ହେବ। ଗର୍ଭଗୃହ ଓ ମୂର୍ତ୍ତି ପ୍ରସ୍ତୁତ। ତେବେ ପୂରା ମନ୍ଦିର ନିର୍ମାଣ ପାଇଁ ଆହୁରି ଦୁଇବର୍ଷ ଲାଗିବ। ତେଣୁ ଶ୍ରଦ୍ଧାଳୁମାନେ ଜାନୁଆରି ୨୨ରେ ଅଯୋଧ୍ୟା ଆସିବା ପରିବର୍ତ୍ତେ ନିଜ ଅଞ୍ଚଳ ମନ୍ଦିରର ଆନନ୍ଦ ମହୋତ୍ସବରେ ସାମିଲ ହେବାକୁ ସେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button