ଚୀନକୁ ଜବାବ ଦେବ ଭାରତୀୟ ସେନାର ତ୍ରିଶୂଳ ଓ ବଜ୍ର

ନୂଆଦିଲ୍ଲୀ : ସୀମାନ୍ତରେ ଚୀନ ସେନାର ମୁକାବାଲି ପାଇଁ ଅତ୍ୟାଧୁନିକ ଅଣ ଘାତକ ତ୍ରିଶୁଳ ଓ ବଜ୍ର ପ୍ରସ୍ତୁତ ହୋଇଛି। ତ୍ରିଶୁଳ, ବଜ୍ର ଓ ଅତ୍ୟାଧୁନିକ ଗ୍ଲୋବ୍ସ ଦ୍ୱାରା ଶତ୍ରୁ ପକ୍ଷର ଯବାନଙ୍କୁ ଶକ୍ତ ବିଜୁଳି ଝଟକା ଲାଗିବ। ମୁହାଁମୁହିଁ ସ୍ଥିତିରେ ଭାରତୀୟ ଯବାନଙ୍କୁ ଏହି ଅସ୍ତ୍ରଶସ୍ତ୍ର ସହାୟକ ହେବ।

ଖବର ଅନୁଯାୟୀ ଉତ୍ତରପ୍ରଦେଶ ନୋଏଡାର ଏକ ଘରୋଇ କମ୍ପାନୀ ଏହି ଅତ୍ୟାଧୁନିକ ତ୍ରିଶୁଳ, ବଜ୍ର, ଢାଲ ଓ ଗ୍ଲୋଭସ୍ ପ୍ରସ୍ତୁତ କରିଛି। ଏହି ଅଣ ଘାତକ ଅସ୍ତ୍ରଶସ୍ତ୍ର ଚୀନ ସେନାକୁ ଜବାବ ଦେବାକୁ ପୁରାପୁରି ସକ୍ଷମ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଗତବର୍ଷ ଏଲ୍ଏସିରେ ଭାରତୀୟ ସୀମାର ଗଲଓ୍ୱାନ ଘାଟିରେ ଚୀନ-ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। ଭାରତୀୟ ଯବାନ ବିନା ଅସ୍ତ୍ରଶସ୍ତ୍ରରେ ଥିବାବେଳେ ଚୀନସେନା କଣ୍ଟା ତାର ଗୁଡ଼ା ହୋଇଥିବା ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ। ଲୁହା କଣ୍ଟା ପୂର୍ଣ୍ଣ ଠେଙ୍ଗା, ଟିଜର ଗନ୍ ଓ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ପରଠାରୁ ଏଲ୍ଏସିରେ ଉତ୍ତେଜନା କମ କରିବାକୁ ଦୁଇଦେଶ ମଧ୍ୟରେ ବାରମ୍ବାର ଆଲୋଚନା ସତ୍ୱେ ସମାଧାନର ବାଟ ବାହାରି ପାରିନାହିଁ। ସୀମାରେ ଚୀନ ବହୁ ସଂଖ୍ୟାରେ ସୈନ୍ୟ ଠୁଳ କରିଥିବା ବେଳେ ଏହାର ଜବାବ ପାଇଁ ଭାରତୀୟ ଯବାନଙ୍କ ଲାଗି ଏହି ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button