JANATAKHABAR.IN

janatakhabar.in

ଲୋକସଭା ନିର୍ବାଚନ ପାଇଁ ବିଜେପିର ସ୍ଲୋଗାନ ପ୍ରସ୍ତୁତ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଇଣ୍ଡିଆ ମେଣ୍ଟର ବିରୋଧୀ ଦଳମାନେ ଜାରି ରଖିଛନ୍ତି ବୈଠକ। ଏହାକୁ ଦୃଷ୍ଟିରେ ରଖି ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ କରିଛି ସ୍ଲୋଗାନ। ‘ଆମେ କେବଳ ସ୍ୱପ୍ନ ଦେଖାଉନୁ ବରଂ ବାସ୍ତବରେ କରି ଦେଖାଉଛୁ ସେଥିପାଇଁ ସମସ୍ତେ ମୋଦୀଙ୍କୁ ବାଛନ୍ତି'( ସପନେ ନେହିଁ, ହକିକତ ବୁନତେ ହେ, ଇସଲିଏ ତୋ ସବ ମୋଦୀ କୋ ଚୂନ ତେ ହେ)। ଖବର…

Read More
janatakhabar.in

ଗଣତନ୍ତ୍ର ଦିବସରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ ହେବେ ଭାରତର ଅତିଥି

ନୂଆଦିଲ୍ଲୀ : ୨୦୨୪ ଗଣତନ୍ତ୍ର ଦିବସ ଉତ୍ସବରେ ଭାରତର ମୁଖ୍ୟ ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରଯାଇଥିଲା। କିନ୍ତୁ ସେ ଜାନୁଆରିରେ ଦିଲ୍ଲୀ ଆସି ପାରିବେନି ବୋଲି ଜଣାଇଥିଲେ। ଖବର ଅନୁଯାୟୀ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ହେବେ ଷଷ୍ଠ ନେତା। ତାଙ୍କ ପୂର୍ବରୁ ୧୯୭୬ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଶିରାକ,…

Read More
janatakhabar.in

ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ତାଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। ଖବର ଅନୁଯାୟୀ ଚଢ଼ଉ ବେଳେ ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ୪,୮୦୦ ବର୍ଗଫୁଟରେ ନିର୍ମିତ ୩ମହଲା ଆବାସିକ କୋଠା, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ମହଲା କୋଠା, ଲକ୍ଷ୍ମୀସାଗର ନୀଳାଚଳ ସିଟିରେ ଆପାର୍ଟମେଣ୍ଟ ଓ ବ୍ରହ୍ମପୁର ନୀଳାଚଳ ହାଇଟସରେ ଆପାର୍ଟମେଣ୍ଟ ଠାବ ହୋଇଛି।…

Read More
janatakhabar.in

ରଜୌରୀ ଆତଙ୍କୀ ହାମ୍‌ଲାରେ ୫ଯବାନ ସହିଦ୍

ଶ୍ରୀନଗର : ପୁଞ୍ଚ ଜିଲ୍ଲାର ରଜୌରୀରେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଗତକାଲିର ଏହି ଘଟଣାରେ ୫ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ ସେନା ପକ୍ଷରୁ କୁହାଯାଇଛି ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ଆକ୍ରମଣ ପାଇଁ ସେମାନେ ଆମେରିକା ନିର୍ମିତ ଏମ୪ କାର୍ବାଇନ୍ ରାଇଫଲ ବ୍ୟବହାର କରିଥିବା ଜଣାପଡ଼ିଛି। ଏହି…

Read More
janatakhabar.in

ଅବସରପ୍ରାପ୍ତ ସିଡିଏମଓଙ୍କୁ ଛୁରାମାଡ

ଭଦ୍ରକ : ଅବସରପ୍ରାପ୍ତ ସିଡିଏମଓ ରଘୁନାଥ ପାଢୀଙ୍କୁ ଛୁରା ମାଡ। ଭଦ୍ରକ ଟାଉନଥାନା ଅଧିନ ଚାରିଘରିଆରେ ଏହି ଘଟଣା ଘଟିଛି। ଆହତ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଖବର ଅନୁଯାୟୀ ଶୁକ୍ରବାର ଭୋର ସମୟରେ କିଛି ଦୁ‍ର୍ବୃତ୍ତ ଅବସରପ୍ରାପ୍ତ ସିଡିଏମଓଙ୍କ ଘରେ ପଶି ଛୁରା ମାଡ କରିଛନ୍ତି। ତାଙ୍କ ଦେହର ୭ରୁ ଅଧିକ ସ୍ଥାନରେ କ୍ଷତ ହୋଇଛି। ଆକ୍ରମଣ ସମୟରେ ଘରେ ରଘୁନାଥ ଓ ତାଙ୍କ ସ୍ତ୍ରୀ ଥିଲେ। ସ୍ଥାନୀୟ ଲୋକେ…

Read More
janatakhabar.in

ଅଭିମାନ କରିଥିବା ନୀତୀଶଙ୍କୁ ଫୋନ୍‌କଲେ ରାହୁଲ୍‌

ନୂଆଦିଲ୍ଲୀ : କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ‘ଇଣ୍ଡିଆ’ ମେଣ୍ଟ ବୈଠକରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଭିମାନ କରିଛନ୍ତି। ଏପରି କଥା ଉଠିବା ପରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ନୀତୀଶଙ୍କ ସହିତ ଫୋନ ଯୋଗେ କଥା ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ ରାହୁଲ୍‌ ଓ ନୀତୀଶଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ବାହାରେ ପ୍ରକାଶ କରାଯାଇ ନାହିଁ। କିନ୍ତୁ ଦଳର ଅଭ୍ୟନ୍ତରୀଣ ଲୋକେ ଦେଇଥିବା ସୂଚନା ଅନୁସାରେ ବିଭିନ୍ନ ପ୍ରସଙ୍ଗକୁ…

Read More
janatakhabar.in

ଏଏସଓ ଚୟନ ପ୍ରକ୍ରିୟା : ମେରିଟ୍ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପରିଚାଳିତ ଏଏସଓ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିବା ସହିତ ବନ୍ଦ ଚୟନ ପ୍ରକ୍ରିୟା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରହିଛି। ଖବର ଅନୁଯାୟୀ ୨୦୨୨ ମସିହାରେ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଲିଖିତ…

Read More
janatakhabar.in

ଇଣ୍ଡିଆ ମେଂଟଭୁକ୍ତ ଦଳର ଦେଶବ୍ୟାପି ପ୍ରତିବାଦକୁ ଓଡ଼ିଶାରେ ସଫଳ କରିବାକୁ ଆହ୍ୱାନ

ଭୁବନେଶ୍ୱର : ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପି ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବାପାଇଁ ଇଣ୍ଡିଆମେଂଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳମାନେ ଆହ୍ୱାନ ଦେଇଛନ୍ତି। ଖବର ଅନୁଯାୟୀ ଆଜି ଭୁବନେଶ୍ୱର ସିପିଆଇ (ଏମ) ରାଜ୍ୟ କାର୍ଯ୍ୟାଳୟରେ ବିରୋଧିଦଳ ମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି। ଇଣ୍ଡିଆମେଂଟ ଭୁକ୍ତ ଓଡ଼ିଶାର ରାଜନୈତିକ ଦଳମାନଙ୍କର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଭାରତୀୟ ସମ୍ବିଧାନରେ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ…

Read More
janatakhabar.in

ଅମୀୟ ପାଣ୍ଡବ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ନୂଆ ଅଧ୍ୟକ୍ଷ

ଭୂବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅମୀୟ ପାଣ୍ଡବଓଡ଼ିଶା ହେଲେ ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଅଖିଳ କଂଗ୍ରେସ କମିଟି ସଭାପତି ମଲ୍ଲୀକାର୍ଜୁନ ଖାର୍ଗେ ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ଘୋଷଣା କରିଛନ୍ତି ଏ.ଆଇ.ସି.ସି. ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ। ଶ୍ରୀ ପାଣ୍ଡବ ଏବେ ପିସିସି ମୁଖପାତ୍ର ଓ ଓଡିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିର ସଦସ୍ୟ ଅଛନ୍ତି। ସେହିପରି…

Read More
janatakhabar.in

ବିଜେଡି ସରକାର ବିଜ୍ଞାପନରେ ସୀମିତ : ସମୀର ମହାନ୍ତି

ଭୁବନେଶ୍ୱର : ସ୍ୱଚ୍ଛ ପାଣି ଓ ସ୍ୱଚ୍ଛ ବାୟୁ ଜଣେ ନାଗରିକର ମୌଳିକ ଅଧିକାର। ହେଲେ ଏହି ଅଧିକାରୁ ନାଗରିକମାନଙ୍କୁ ରାଜ୍ୟ ସରକାର ବଂଚିତ କରିଛନ୍ତି। ସ୍ମାର୍ଟ ସିଟି ରାଉରକେଲାରେ ଝାଡାବାନ୍ତି ଯୋଗୁ ଲୋକେ ମୃତ୍ୟୁବରଣ କରୁଥିବାବେଳେ ଭୁବନେଶ୍ୱରରେ ଦୁର୍ଗନ୍ଧମୟ ପରିବେଶ ପାଇଁ ଚର୍ମ, କର୍କଟ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହି ଅଭିଯୋଗ କରିଛନ୍ତି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ଖବର ଅନୁଯାୟୀ ଶ୍ରୀ ମହାନ୍ତି କହିଛନ୍ତି ସ୍ମାର୍ଟ ସିଟି ଭୁବନେଶ୍ୱର ଓ…

Read More