ଅମୀୟ ପାଣ୍ଡବ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ନୂଆ ଅଧ୍ୟକ୍ଷ

ଭୂବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ଅମୀୟ ପାଣ୍ଡବଓଡ଼ିଶା ହେଲେ ପ୍ରଦେଶ କଂଗ୍ରେସ କମିଟି ସାମାଜିକ ଗଣମାଧ୍ୟମର ନୂତନ ଅଧ୍ୟକ୍ଷ। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ଅଖିଳ କଂଗ୍ରେସ କମିଟି ସଭାପତି ମଲ୍ଲୀକାର୍ଜୁନ ଖାର୍ଗେ ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ଘୋଷଣା କରିଛନ୍ତି ଏ.ଆଇ.ସି.ସି. ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ। ଶ୍ରୀ ପାଣ୍ଡବ ଏବେ ପିସିସି ମୁଖପାତ୍ର ଓ ଓଡିଶା ପ୍ରଦେଶ କଂଗ୍ରେସ ଇସ୍ତାହାର କମିଟିର ସଦସ୍ୟ ଅଛନ୍ତି। ସେହିପରି ମନିଷାଦାସ ପଟ୍ଟନାୟକ, ସୁଶାନ୍ତ ମହାରଣା, ମୁକେଶ ଅଗ୍ରୱାଲ ଓ ଆନସ ଦାସଙ୍କୁ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି।