ଝାରସୁଗୁଡ଼ା ଉପନିର୍ବାଚନ : ୧୦ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନରେ ୧୦ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ୪ଜଣଙ୍କର ହୋଇଛି ଖାରଜ। ନାମାଙ୍କନ ପତ୍ର ଯାଞ୍ଚ ପରେ ଏହା ଜଣାପଡ଼ିଛି।

ଖବର ଅନୁଯାୟୀ ଝାରସୁଗୁଡ଼ା ଉପନିର୍ବାଚନରେ ୧୪ଜଣ ପ୍ରାର୍ଥୀ ୨୨ସେଟ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଭିନ୍ନ କାରଣରୁ ୪ଜଣ ପ୍ରାର୍ଥୀ ଯଥା-ରୀନା ଦେଶାଇ (ଦେଶ ଦଳ), ଶ୍ରୀଦାମ ଶର୍ମା (ସ୍ୱାଧୀନ), ସନ୍ତୋଷ ମହାପାତ୍ର (ସ୍ୱାଧୀନ) ଓ ତୁଳାରାମ ଗୁରୁ (ନବଭାରତ ନିର୍ମାଣ ସେବା ପାର୍ଟି)ଙ୍କ ନାମାଙ୍କ ପତ୍ର ଖାରଜ ହୋଇଛି।

ସେହିପରି ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ଓଡ଼ିଶା ପ୍ରଗତି ଦଳର ପ୍ରାର୍ଥୀ ଜନ୍ମା ରୋହିଦାସ, ଓଡ଼ିଶା ଜନତା ପାର୍ଟିର ମନୀଷ ଶର୍ମା, କଳିଙ୍ଗ ସେନାର ମହେନ୍ଦ୍ର ପଟ୍ଟନାୟକ, ହିନ୍ଦୁସ୍ତାନ ନିର୍ମାଣ ଦଳର ବିଜୟ ଜଲାନ, ସ୍ୱାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ବେହେରା, ଭୁବନେଶ୍ୱର ଗରଦିଆ ଓ ମହେନ୍ଦ୍ର ଲୁହଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୨୪ ତାରିଖ ରହିଛି।

Leave a Reply

Your email address will not be published. Required fields are marked *

Back to top button