ରାତିରେ ଭାରିଯାନ ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

ଭୁବନେଶ୍ଵର : ରାତିରେ ଜାତୀୟ ରାଜପଥରେ ଟ୍ରକ୍ ଓ ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମାଗଣାରେ ଚା’ ମିଳିବ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇ ଦିଆଯିବ। ରାସ୍ତାକଡର ହୋଟେଲ ଓ ଢାବାରୁ ସେମାନେ ମାଗଣାରେ ଚା’ ପିଇବା ସହିତ ବିଶ୍ରାମ ନେଇପାରିବେ। ତେବେ ଜାତୀୟ ରାଜପଥର କେଉଁ ହୋଟେଲ ଓ ଢାବାରେ ଡ୍ରାଇଭରଙ୍କ ପାଇଁ ମାଗଣା ଚା’ ଉପଲବ୍ଧ ରହିବ ତାହା ଚିହ୍ନଟ କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି। ରାତିରେ ଭାରିଯାନ ଚାଳକମାନେ ଅନିଦ୍ରା ରହି ଗାଡି ଚଳାଇବା କାରଣରୁ ଦୁର୍ଘଟଣା ଘଟୁଛି। ଏହି ଦୁର୍ଘଟଣା ସମସ୍ୟାକୁ ଏଡାଇବାକୁ ଯାଇ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button