ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ

ଭୁବନେଶ୍ଵର : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲ୍ରେ ରହି ବାହାରିବା ପରେ ତାଙ୍କୁ ହତ୍ୟା ଧମକ ମିଳିଛି।
ଖବର ଅନୁଯାୟୀ ଆଇନ୍ ଛାତ୍ରୀ ଅର୍ଚ୍ଚନା ନାଗ ଆଜି ପରୀକ୍ଷା ଦେବାକୁ ସ୍ୱାମୀଙ୍କ ସହ ଲ’ କଲେଜ ଯାଇଥିଲେ। ଦୁଇ ଯୁବକ ରାସ୍ତା ଉପରେ ତାଙ୍କୁ ହତ୍ୟା ଧମକ ଦେବା ସହିତ ମିଥ୍ୟା କେସ୍ରେ ଫସାଇଦେବାକୁ ଚେତାବନୀ ଦେଇଥିବା ଅର୍ଚ୍ଚନା କହିଛନ୍ତି। ସେ କହିଲେ ମୁଁ ଜେଲ୍ରୁ ବାହାରି ଶାନ୍ତିରେ ରହିବାକୁ ଚାହୁଁଛି। ମାତ୍ର ମୋର ଉନ୍ନତିକୁ ବହୁ ଲୋକ ସହି ନ ପାରି ଏପରି କାମ କରୁଛନ୍ତି। ହେଲେ ମୁଁ ଡରିବା ପିଲା ନୁହେଁ। ସବୁବେଳେ ସମସ୍ତଙ୍କୁ ସାମନା କରିଛି। ଯାହାର ସାହସ ଅଛି ସାମନା ପଟୁ ମୋତେ ଛୁରା ମାଡ଼ କରନ୍ତୁ। ମୁଁ ସତ୍ରେ ଅଛି। ସତ ମୋ’ ଶକ୍ତି। ତାହା ହିଁ ମୋ’ ଅସ୍ତ୍ର ବୋଲି ସେ କହିଛନ୍ତି।