ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମହିଳାଙ୍କ ଏତଲା

ଭୁବନେଶ୍ଵର : ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଏତଲା। ପୋଲିସ କମିଶନରଙ୍କୁ ଭେଟି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲା।

ଖବର ଅନୁଯାୟୀ ସଂଯୁକ୍ତା କହିଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୀର୍ଘ ୯ ବର୍ଷ ଧରି ମୋ ସହିତ ସଂପର୍କ ରଖି ପ୍ରତାରଣା କରିଛନ୍ତି। ମୋତେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବାରୁ ମୋତେ ମୋ ଅଧିକାର ପ୍ରଦାନ ଓ ତାଙ୍କୁ ଦଣ୍ଡ ଦେବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛି।

ସଂଯୁକ୍ତା ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ ସାହୁ ତାଙ୍କୁ ମାରବାକୁ ଧମକ ଦେଉଥିବା ବେଳେ ମୋ ପଛରେ ଲୋକ ଲଗାଇଛନ୍ତି। ୪ରୁ ୬ ଜଣ ଲୋକ ମୋର ପିଛା କରୁଛନ୍ତି। ଯେଉଁ ସଂସ୍ଥାଗୁଡ଼ିକ ସହିତ ମୁଁ ଜଡ଼ିତ ତାଙ୍କ ଦ୍ୱାରା ନିଯୁକ୍ତ ଲୋକେ ସେଠାରେ ପହଞ୍ଚି ଧମକଚମକ ଦେଉଛନ୍ତି। ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ସୁରକ୍ଷା ଦରକାର। ଆଶା କରୁଛି ମୋତେ ନ୍ୟାୟ ମିଳିବ। ନହେଲେ ମୁଁ ମୋ ଦଳର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯିବି ବୋଲି ସେ କହିଛନ୍ତି।

ମା’, ଭଉଣୀ ଓ ଭାଉଜ କରିଥିବା ନିର୍ଯାତନା ଅଭିଯୋଗ ସମ୍ପର୍କରେ ସଂଯୁକ୍ତା କହିଛନ୍ତି ମୋ ବାପ ଘର ଲୋକଙ୍କ ସହିତ ୭ ବର୍ଷ ହେଲାଣି ମୋର କୋଣସି ସଂପର୍କ ନାହିଁ। ସେମାନଙ୍କୁ ନିର୍ଯାତନା ଦେଉଥିବା କଥା ମିଛି। ମୋ ଭାଇ କୋରାପୁଟରେ ଚାକିରି କରୁଛି। ତାକୁ ସେଠାକୁ ବଦଳି କରିବାର କ୍ଷମତା ମୋର ନାହିଁ। ସେ କେବଳ ଖାତାପତ୍ରରେ ସେଠାରେ ରହୁଛି। କିନ୍ତୁ ଏଠାରେ ରହି ଲେବର କାର୍ଡ ଓ ଅନ୍ୟାନ୍ୟ କାମ କରୁଛି। ସେମାନଙ୍କୁ ଶ୍ରୀକାନ୍ତ ସାହୁ ମୋହାରା କରି ମୋ ଚରିତ୍ର ଓ ଛବି ଖରାପ କରିବାକୁ ସୁଚିନ୍ତିତ ଯୋଜନା କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button