ମାର୍କଣ୍ଡ୍ୟ ପୁରାଣ କୁହେ.. କେଉଁ କର୍ମ ପାଇଁ ମଣିଷ ଅନ୍ଧ, କାଲ, ନିସନ୍ତାନ ଓ ଦାରିଦ୍ର୍ୟ ହୋଇଥାଏ

{ Gyana Ranjan Swain } ଦୁନିଆରେ ଅନେକ ପ୍ରକାର ଲୋକ ଦେଖିବାକୁ ମିଳିଥାନ୍ତି । ସବୁ ଲୋକ ସମାନ ହୋଇନଥାନ୍ତି । ସେଥିମଧ୍ୟରୁ କାହାର ହାତ, କାହାର ଗୋଡ ଆଉ କାହାର ଆଖି ମଧ୍ୟ ନଥାଏ । ଏପରି ମଧ୍ୟ କିଛି ଲୋକ ଅଛନ୍ତି । ଯେଉଁ ମାନେ ଦିନକୁ ୨ ବେଳା ଖାଇବାକୁ ମଧ୍ୟ ପାଇନଥାନ୍ତି । ସେଥିପାଇଁ ଅନେକ ଲୋକ ଭଗବାନଙ୍କୁ ଦୋଷ ଦେଇଥାନ୍ତି । ଯେ ଭଗବାନ ଆମକୁ ଏଭଳି ଜନ୍ମ କାହିଁକି ଦେଉଥିଲେ ? ଆମେ ତାଙ୍କର କି ଭୁଲ କରିଥିଲୁ ?

ତେବେ ଶାସ୍ତ୍ରର କହିବା ଅନୁଯାଇ ପ୍ରତ୍ଯେକଟି ମନୁଷ୍ୟକୁ ନିଜ ନିଜର ପୂର୍ବ କର୍ମ ଅନୁଯାଇ ଫଳ ମିଳିଥାଏ । ତେବେ ଆଜି ଆପଣ ଜାଣିବାକୁ ପାଇବେ । କେଉଁ କର୍ମ କରିଲେ କେଉଁ ଜନ୍ମ ମିଳିଥାଏ । ଯାହାକି ମାର୍କଣ୍ଡ୍ୟ ପୁରାଣରେ ସଂପୂର୍ଣ୍ଣ ଭାବରେ ଲେଖା ହୋଇ ରହିଅଛି । ଯେଉଁ ପୁରୁଷ ନିଜ ସ୍ତ୍ରୀ ଉପରେ ଅନ୍ୟାୟ, ଅତ୍ୟାଚାର କରିଥାଏ । ଏହା ସହ ତାକୁ ଜୀବନରୁ ମଧ୍ୟ ମାରି ଦେଇଥାଏ ।

ସେହି ପୁରୁଷ ୩ ଜନ୍ମ ପାଇଁ ନପୁଂସକ ହୋଇ ଜନ୍ମ ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ନିଜର ଜଟିଳ ପରିସ୍ଥିତିରେ ରାଗ ବଶତଃ ଭଗବାନଙ୍କୁ ନିନ୍ଦା ଓ ଅପମାନ କରିଥାଏ । ସେ କିଛି ଜନ୍ମ ଧରି ସନ୍ତାନ ସୁଖରୁ ବଞ୍ଚିତ ରହିଥାଏ । ଯେଉଁ ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ ବାରମ୍ବାର ଅନ୍ୟର ଜିନିଷକୁ ଚୋରୀ କରି ନିଜର କରିଥାଏ । ସେହି ବ୍ୟକ୍ତି ଆର ଜନ୍ମରେ ଯେତେ ପୂଜା ପାଠ କରିଲେ ସୁଦ୍ଧା ଦରିଦ୍ର ହୋଇ ଜନ୍ମ ହୋଇଥାଏ ।

ଯେତେ ରୋଜଗାର କରିଲେ ମଧ୍ୟ ଘର ପରିବାରକୁ ନିଅଣ୍ଟ ପଡିଥାଏ । ୩୦ ବର୍ଷ ପର୍ଯ୍ୟନ୍ତ ସେ ନିଜର ଦରିଦ୍ରତା ଜୀବନ ଅତିବାହିତ କରିଥାନ୍ତି । ଯେଉଁ ବ୍ୟକ୍ତି ବ୍ରାହ୍ମଣଙ୍କ ଦ୍ଵାରା ପୂଜା ପାଠ ଆଦି ମନ୍ତ୍ର ଉଚାରଣ କରାଇ ଥାଏ । ହେଲେ ଫଳ ସ୍ୱରୂପ ବ୍ରାହ୍ମଣଙ୍କୁ କିଛି ଦାନ ଦକ୍ଷିଣା ନଦେଇ ଖାଲି ହାତରେ ବିଦା କରାଇଥାଏ ।

ସେହି ବ୍ୟକ୍ତି ର ଜନ୍ମରୁ କାଲା ହୋଇ ଜନ୍ମ ହୋଇଥାଏ । ଯେଉଁ ବ୍ୟକ୍ତି ବୀନା କାରଣରେ ବାରମ୍ବାର ଗଛର ଡାଳ କାଟିବା  କିମ୍ବା ବୃକ୍ଷକୁ ସଂପୂର୍ଣ୍ଣ ଭାବରେ କାଟିଥାଏ । ସେହି ବ୍ୟକ୍ତି ମାନେ ଆର ଜନ୍ମରେ ପଙ୍ଗୁ ହୋଇ ଜନ୍ମ ଗ୍ରହଣ କରିଥାନ୍ତି । ସେଥିମଧ୍ୟରୁ କିଛି ବ୍ୟକ୍ତିଙ୍କର ହାତ କିମ୍ବା ଗୋଡ ନଥାଏ । ବା ଶରୀରର କୌଣସି ଅଙ୍ଗ ନଥାଏ । ତେଣୁ ଯଦି ଅତି ଦରକାର ପଡିଥାଏ । ତେବେ ଗଛର ଅନୁମତି ନେଇ ଗଛ ଠାରୁ କ୍ଷମା ପ୍ରାଥନା କରି ବୃକ୍ଷ କାଟିବା ଉଚିତ । ଯେଉଁ ବ୍ୟକ୍ତି ଅନ୍ୟର ଉନ୍ନତି ଦେଖି ସର୍ବଦା ଈର୍ଷା କରିଥାଏ । ସେହି ବ୍ୟକ୍ତି ର ଜନ୍ମରେ ନିଜର ମନ ପସନ୍ଦ ବା ସ୍ଵପ୍ନର ଘର ଟି କରିପାରିନଥାଏ । ଯେଉଁ ବ୍ୟକ୍ତି ସାଧୁ, ସନ୍ଥଙ୍କ କଥାକୁ ଅମାନ୍ୟ କରିଥାଏ । ସେହି ବ୍ୟକ୍ତି ସତଷଠି ବର୍ଷ ନର୍କରେ ପଡିଥାଏ । ଏହାପରେ କୁକୁର ପ୍ରାଣୀ ହୋଇ ଜନ୍ମ ହୋଇଥାଏ ।

Leave a Reply

Your email address will not be published. Required fields are marked *

Back to top button