ଗେମ୍ ଖେଳିବାକୁ ମନା କରିବାରୁ ବାପାକୁ ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ବର୍ତ୍ତମାନ ମହାମାରୀ କରୋନା କାଳରେ ପିଲାମାନେ ଘରେ ରହି ଅନଲାଇନ୍ କ୍ଲାସ କରୁଛନ୍ତି । ହେଲେ ମୋବାଇଲ୍ ନିଶା ଏତେ ହେଲାଣି ଯେ ପିଲାମାନେ କ୍ଲାସ୍ କରିବା ବଦଳରେ ଗେମ୍ ଖେଳିବା ସହ ମୋବାଇଲ ଧରିବାର ଅଭ୍ୟାସ ହୋଇଗଲାଣି । ସବୁ ପିଲାଙ୍କର ମୋବାଇଲ୍ ଏକ ଗୁରୁତ୍ବପୂର୍ଣ୍ଣ  ଅଂଶ ପାଲଟି ଯାଇଛି । ଏଥିପାଇଁ ଛୋଟ ପିଲା ହେଉ କି ବଡ ପିଲା ମୋବାଇଲ ଯୋଗୁଁ ଅନେକ ଲୋକଙ୍କ ଜୀବନ ନଷ୍ଟ ହେଉଛି । ଗୁଜୁରାଟର ସୁରଟରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି  ଯାହାକୁ ନେଇ  ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ସୂଚନା ଅନୁଯାୟୀ ସୁରଟର ଇଚାପୋର ସ୍ଥିତ କାୱାସ୍ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଅର୍ଜୁନ ସାର୍କ ଓ ତାଙ୍କ ପତ୍ନୀ ଏବଂ ପୁଅ ସହ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି । ୧୭ ବର୍ଷିୟ ପୁଅ ମୋବାଇଲ୍ ପ୍ରତି ଏତେ ଅଭ୍ୟସ୍ତ  ରହିଥିଲା ଯେ ତାକୁ ମୋବାଇଲ ବ୍ୟତୀତ କିଛି ଦିଶୁ ନଥିଲା । ଠିକ୍ ସେହି ସମୟରେ ବାପା ଅର୍ଜୁନ ବିରକ୍ତ ଅନୁଭବ କରି ଫୋନ୍ ବନ୍ଦ କରିବାକୁ କହିଥିଲେ । ହେଲେ ବାପାଙ୍କର କଥାରେ ପୁଅ ରାଗରେ ପଞ୍ଚମ ହୋଇ ଯାଇଥିଲା । ବାପାଙ୍କର ଏହି କଥାରେ ପୁଅର ରାଗ ଏତେ ବଢି ଯାଇଥିଲା ଯେ ବାପାଙ୍କୁ ହତ୍ୟା କରିବାକୁ ପଛାଇ ନଥିଲା । ବାପାଙ୍କ ସହ ମାଆକୁ ବି ଛାଡି ନଥିଲା । ଏକ ଧାରୁଆ ଅସ୍ତ୍ରରେ ବାପାଙ୍କ ଗଳା କାଟି ଦେଇଥିବାର ଅଭିଯୋଗ ହୋଇଛି ।

ତାଙ୍କ ପତ୍ନୀ ଅର୍ଜୁନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଘରେ ପଡିଥିବାର ଦେଖିଥିଲେ । ଏହାପରେ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ଡାକ୍ତର ପୋଲିସକୁ ଖବର ଦେବା ସମୟରେ ଉଭୟ ମାଆ ଏବଂ ପୁଅ ତାଙ୍କୁ ମିଛ କହିଥିଲେ। କହିଥିଲେ କି, ଗାଧୁଆ ଘରେ ପଡ଼ିଥିବାରୁ ଏପରି ଦୁର୍ଘଟଣା ହୋଇଛି। ଏହା ପରେ ସେ ଖଟରେ ଶୋଇଥିଲେ କିନ୍ତୁ ପରେ ଡାକିଲେ ଆଉ ଶୁଣିନଥିଲେ ବୋଲି ସେ କହିଛନ୍ତି। ହେଲେ ଡାକ୍ତର ସେମାନଙ୍କ କଥାରେ ସନ୍ଦେହ କରିବା ସହ ପୋଷ୍ଟମୋର୍ଟମ କରିଥିଲେ। ଆଉ ରିପୋର୍ଟ ଯାହା ଆସିଥିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଅର୍ଜୁନଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ ହତ୍ୟା କରାଯାଇଛି। ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ତାଙ୍କ ପୁଅକୁ ଓ ପତ୍ନୀକୁ ଗିରଫ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ପରେ ପୋଲିସ ହେପାଜତ୍‌ରେ ନିଜ ବାପାଙ୍କୁ ହତ୍ୟା କରିଥିବା ନେଇ ମାନିବା ସହ ମୋବାଇଲ ପାଇଁ ଏହି ବର୍ବର କାଣ୍ଡ କରିଥିବା ନେଇ ଅର୍ଜୁନଙ୍କ ପୁଅ କହିଛି।

Leave a Reply

Your email address will not be published. Required fields are marked *

Back to top button