ଚେକ୍‌ ପଏଣ୍ଟରେ ଆତଙ୍କବାଦୀ ଆକ୍ରମଣ : ୧୩ ପୋଲିସ କର୍ମଚାରୀ ମୃତ

ନୂଆଦିଲ୍ଲୀ : ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଇସ୍ଲାମିକ୍‌ ଷ୍ଟେଟ ଇରାକର କିରକୁକ ସହରର ଏକ ଚେକ୍‌ ପଏଣ୍ଟରେ ଭୟଙ୍କର ବିସ୍ଫୋରଣ କରାଇଛି । ଏହି ବିସ୍ଫୋରଣରେ ୧୩ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ନ୍ୟୁଜ୍‌ ଏଜେନ୍ସି ଏଏଫପି ମୁତାବିକ, ଉତ୍ତର ଇରାକର କିରକୁକ ସହର ପାଖରେ ଥିବା ଏକ ଚେକ୍‌ ପଏଣ୍ଟରେ ଆଇଏସଆଇଏସ୍‌ ଆକ୍ରମଣ କରିଛି । ୨୦୧୭ରେ ଇରାକ ସରକାର ଆତଙ୍କବାଦୀ ସଙ୍ଗଠନକୁ ହରାଇଦେଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ ଉତ୍ତର ଇରାକ୍‌ରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି।

ଇରାକ ସେନା ଏବଂ ପୋଲିସକୁ ଲଗାତାର ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। କିରକୁକରେ ଏହି ଆକ୍ରମଣ ଚଳିତ ବର୍ଷର ସବୁଠୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ଏହା ପୁର୍ବରୁ ୧୯ ଜୁଲାଇରେ ଆଇଏସ୍‌ଆଇଏସ୍‌ ସାଦର ସହରର ଅଲ ବୋହେତାଲ ବାଜାରରେ ଆକ୍ରମଣ କରିଥିଲା। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।

ଇରାକରେ ବର୍ତ୍ତମାନ ୩,୫୦୦ ଅନ୍ତର୍ଜାତୀୟ ସେନା ଅଛନ୍ତି। ସେଥମଧ୍ୟରୁ ଅଢ଼େଇ ହଜାର ସୈନିକ କେବଳ ଆମେରିକାର । ଏ ସମସ୍ତ ଯବାନ ଆଇଏସଆଇଏସକୁ ହରାଇବା ପାଇଁ ଲାଗିପଡ଼ିଛନ୍ତି । କିନ୍ତୁ ଚଳିତ ବର୍ଷ ଇରାକରୁ ନିଜ ସେନା ସଂଖ୍ୟା କମ୍‌ କରିବାକୁ ଆମେରିକା ଘୋଷଣା କରିଥିଲା। ଏହା ପରେ ଆମେରିକୀୟ ସେନା କେବଳ ଇରାକ ସେନାଙ୍କୁ ପ୍ରଶିକ୍ଷଣ ଏବଂ ପରାମର୍ଶ ଦେବେ । 

Leave a Reply

Your email address will not be published. Required fields are marked *

Back to top button