କରୋନା : ଉତ୍କଳ ବିଶ୍ୱବିଦ୍ୟାଳୟର ୩ ବିଭାଗ ସିଲ୍

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ତିନୋଟି ବିଭାଗକୁ ସିଲ୍ କରିଦିଆଯାଇଛି। ଏହି ବିଭାଗ ଗୁଡିକ ହେଲା ଅର୍ଥଶାସ୍ତ୍ର, ଇଂରାଜୀ ଓ ଦର୍ଶନଶାସ୍ତ୍ର। ଏନେଇ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

ସୋମବାରରୁ ୬୬ ରୁଟରେ ଚାଲିବ ଓଏସଆରଟିସି ବସ୍

ଭୁବନେଶ୍ୱର : ରାଜ୍ୟର ସାଧାରଣ ଲୋକଙ୍କ ପାଇଁ ସୋମବାରଠାରୁ ଓଏସଆରଟିସି ବସ୍ ସେବା ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟରେ ଚଳାଚଳ କରିବ ବସ୍। କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ ଯାତ୍ରା ସମୟରେ ମାସ୍କ ଓ ସାମାଜିକ ଦୂରତାକୁ ଦିଆଯିବ ଗୁରୁତ୍ଵ। ବସରେ କେହି ଛିଡା ହୋଇ ଯାତ୍ରା କରିପାରିବେ ନାହିଁ। ସିଟ ଅନୁଯାୟୀ ଯାତ୍ରୀ ଯିବେ। ଏହି ସୂଚନା ଦେଇଛନ୍ତି ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ସେ କହିଛନ୍ତି ସାଧାରଣ ଜନତାଙ୍କ […]

ଅଧିକ ପଢନ୍ତୁ

୧୦୪ ଫୋନ୍ ନଉଠାଇଲେ ମାମଲା

ଭୁବନେଶ୍ୱର : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଜାରି କରିଛନ୍ତି ୧୦୪ ହେଲପ୍‌ଲାନ୍‌ ନମ୍ବର। ଏହି ନମ୍ବରରେ କରୋନା ସମ୍ପର୍କିତ ତଥ୍ୟ ମିଳୁଥିଲେ ହେଁ କିଛି ଲୋକ ଏହାକୁ ଅଣଦେଖା କରୁଛନ୍ତି। ଏଣିକି ୧୦୪ରୁ ଯାଉଥିବା ଫୋନ୍‌ ଯଦି କେହି ଗ୍ରହଣ ନ କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସେହିପରି ସରକାରଙ୍କ ପକ୍ଷରୁ କୁହାଯାଇଛି ବିଦେଶ ଫେରନ୍ତା ଏଥିପାଇଁ ସହଯୋଗ […]

ଅଧିକ ପଢନ୍ତୁ

ଭୁବନେଶ୍ୱରରୁ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରୁ ଭୁବନେଶ୍ଵରରୁ ଆଜି ୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ହୋମ କ୍ୱାରେଣ୍ଟାଇନରେ ଥିଲେ। ଅନ୍ୟ ଜଣେ ଆକ୍ରାନ୍ତ ଗଜପତି ନଗରର। ସେ ଲୋକାଲ କେସ୍‌ ବୋଲି ଭୁବନେଶ୍ଵର ମହାନଗର ନିଗମ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୮୬ ଜଣ କାରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହା ମଧ୍ୟରେ ଆକ୍ଟିଭ କେସ୍ ରହିଛି ୩୨। ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସବୁଠୁ ଚିନ୍ତାର ବିଷୟ […]

ଅଧିକ ପଢନ୍ତୁ

ସତର୍କ କରାଇଲେ ବାଗ୍‌ଚୀ : କରୋନା ମୁକାବିଲା ପାଇଁ ଜୁନ୍‌ ମାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଲୋକେ ସତର୍କ ନ ରହିଲେ ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ, ତାହା କହିହେବ ନାହିଁ। ତେଣୁ କରୋନା ମୁକାବିଲା ପାଇଁ ଜୁନ ମାସଟି ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜି ଏହା କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗ୍‌ଚୀ କହିଛନ୍ତି ରାଜ୍ୟରେ ପ୍ରଥମ କରୋନା ପଜିଟିଭ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲା। […]

ଅଧିକ ପଢନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଓଡ଼ିଶାରେ ଚାଲିବ କ୍ରୁଜ

ଭୁବନେଶ୍ୱର : ଭାରତରେ ମୁମ୍ବାଇରୁ ଗୋଆ ସହ ଚେନ୍ନାଇ, ବିଶାଖାପାଟଣାରୁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜକୁ ଚଳାଚଳ କରୁଛି କ୍ରୁଜ। ଏଥିରେ ରହିଛି ବ୍ୟକ୍ତିଗତ ପ୍ରକୋଷ୍ଠ, ସ୍ପା, ରେସ୍ଟୁରାଣ୍ଟ ଓ ପବ ଆଦି ସୁବିଧା। ଏବେ ଓଡ଼ିଶାରେ ଏହି କ୍ରୁଜ ଚାଲିବ। ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ରାଜ୍ୟରଙ୍କ ନିଷ୍ପତ୍ତି ଅନୁଯାୟୀ ନଦୀ ଓ ହ୍ରଦରେ କ୍ରୁଜ ଚଳାଚଳ କରିବ। ସେଥିପାଇଁ କ୍ରୁଜ କମ୍ପାନୀମାନଙ୍କୁ ଆବେଦନ କରିବାକୁ ରାଜ୍ୟ ସରକାର ବିଜ୍ଞାପନ […]

ଅଧିକ ପଢନ୍ତୁ

ସୁସ୍ଥହେଲେ ୧୧୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୧୭୧୬ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଶନିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ୩୩ ଜଣ ରହିଛନ୍ତି। ସେହିପରି ବଲାଙ୍ଗୀରରୁ ୧୬, ଯାଜପୁରରୁ ୧୧, ସୁନ୍ଦରଗଡରୁ ୧୦, ଜଗତସିଂହପୁରରୁ ୮, ଗଞ୍ଜାମରୁ ୭, ଖୋର୍ଦ୍ଧାରୁ ୭ଜଣ, କଟକ ଓ ସୋନପୁରରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର, ପୁରୀ […]

ଅଧିକ ପଢନ୍ତୁ

ରାଜ୍ୟରେ ୧୭୩ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୭୩ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ହୋଇଛି। ଚିହ୍ନଟ ୧୭୩ଜଣଙ୍କ ମଧ୍ୟରୁ ୧୫୦ଜଣ କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ। ୨୩ ଜଣ ସ୍ଥାନୀୟ ଅଞ୍ଚଳର। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଶନିବାର ୧୪ଟି ଜିଲ୍ଲାରୁ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୬୪ଜଣ ରହିଛନ୍ତି। ସେହିପରି ଯାଜପୁର ୧୯, କଟକ ୧୩, ମୟୂରଭଞ୍ଜ […]

ଅଧିକ ପଢନ୍ତୁ

କ୍ୱାରେଣ୍ଟାଇନ ଅବଧି ୧୪ଦିନ କରିବାକୁ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର : ପ୍ରବାସୀ ଶ୍ରମିକମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖିବାର ବ୍ୟବସ୍ଥା କରାଯାଉ। ଆଜି ଏହି ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ସେ କହିଛନ୍ତି ରାଜ୍ୟରେ ବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗୁ କରୋନା ରୋଗୀମାନେ ଖୁବଶୀଘ୍ର ଉପକୃତ ହେଉଛନ୍ତି। କିନ୍ତୁ ଗତ କିଛଦିନ ଧରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ କ୍ୱାରେଣ୍ଟାଇନ ଅବଧି ୭ଦିନ କରାଯାଇଛି। ଏହାଦ୍ୱାରା କରୋନା ଚିହ୍ନଟରେ ଅସୁବିଧା ହେବା ସହ ବ୍ୟାପିବାର ଆଶଙ୍କା […]

ଅଧିକ ପଢନ୍ତୁ

୧୫ ସୁଦ୍ଧା ନାମଲେଖା‌ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ଜାରି କରିଛି। ଏ ନେଇ ରାଜ୍ୟର ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ। ଏଥିରେ କୁହାଯାଇଛି ସମସ୍ତ କାର୍ଯ୍ୟଦିବସରେ ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା କାର୍ଯ୍ୟ ସମ୍ପାଦନ ହେବ। ଏହି ସମୟରେ ଛାତ୍ର କିମ୍ବା ଅଭିଭାବକ ମିଶି […]

ଅଧିକ ପଢନ୍ତୁ