ଏଏସଓ ଚୟନ ପ୍ରକ୍ରିୟା : ମେରିଟ୍ ଲିଷ୍ଟକୁ କାଏମ ରଖିଲେ ହାଇକୋର୍ଟ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପରିଚାଳିତ ଏଏସଓ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଦୁଇ ଜଣିଆ ଖଣ୍ଡପୀଠ ଖାରଜ କରିବା ସହିତ ବନ୍ଦ ଚୟନ ପ୍ରକ୍ରିୟା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୧୧୦୪ ଜଣଙ୍କ ମେରିଟ୍ ଲିଷ୍ଟ କାଏମ ରହିଛି।

ଖବର ଅନୁଯାୟୀ ୨୦୨୨ ମସିହାରେ ୭୯୬ଟି ଏଏସଓ ପଦବୀ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଲିଖିତ ପରୀକ୍ଷା ଦେଇଥିବା ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନାକାରୀଙ୍କ ମଧ୍ୟରୁ ୧୧୦୪ ଜଣ କୃତକାର୍ଯ୍ୟ ହୋଇଥିବା ଓପିଏସସିର ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଓପିଏସସି ମାର୍କିଙ୍ଗ ପଦ୍ଧତିରେ ପରିବର୍ତ୍ତନ କରି ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ଏହି ପ୍ରକ୍ରିୟାକୁ ତ୍ରୁଟି ଦର୍ଶାଇ ତାଲିକାରୁ ବାଦ୍ ପଡ଼ିଥିବା ପ୍ରାର୍ଥୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ତ ମାମଲାର ଏକାକାଳୀନ ଶୁଣାଣି କରି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଜଣିକିଆ ଖଣ୍ଡପୀଠ ଓପିଏସସିର ମେରିଟ ଲିଷ୍ଟକୁ ଖାରଜ କରିବା ସହ ଦୁଇ ମାସ ମଧ୍ୟରେ ସାନି ତାଲିକା ପ୍ରସ୍ତୁତ କରିବାକୁ ମେ’ ୧୯ ତାରିଖରେ ରାୟ ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *

Back to top button