ବନ୍ଧାହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ
ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ତାଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା।
ଖବର ଅନୁଯାୟୀ ଚଢ଼ଉ ବେଳେ ଭୁବନେଶ୍ୱର ପାଣ୍ଡରା ଅଞ୍ଚଳରେ ୪,୮୦୦ ବର୍ଗଫୁଟରେ ନିର୍ମିତ ୩ମହଲା ଆବାସିକ କୋଠା, ଚନ୍ଦ୍ରଶେଖରପୁର ଅଞ୍ଚଳରେ ୨ମହଲା କୋଠା, ଲକ୍ଷ୍ମୀସାଗର ନୀଳାଚଳ ସିଟିରେ ଆପାର୍ଟମେଣ୍ଟ ଓ ବ୍ରହ୍ମପୁର ନୀଳାଚଳ ହାଇଟସରେ ଆପାର୍ଟମେଣ୍ଟ ଠାବ ହୋଇଛି। ଜବତ କୋଠା, କମ୍ପ୍ଲେକ୍ସ ଓ ଆପାର୍ଟମେଣ୍ଟର ମୂଲ୍ୟ ୩ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେହିପରି ଭୁବନେଶ୍ଵର ଓ ବ୍ରହ୍ମପୁରର ପ୍ରମୁଖ ଅଞ୍ଚଳରେ ଠାବ ହୋଇଥିବା ୫ଟି ପ୍ଲଟର ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ଵ ହେବ। ଏହାଛଡ଼ା ବିଭିନ୍ନ ବ୍ୟାଙ୍କରେ ଏକାଧିକ ଆକାଉଣ୍ଟ୍ ଓ ଇନ୍ସ୍ୟୁରାନ୍ସ ଜମାକୁ ମିଶାଇଲେ ଦେଢ଼କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି। ଘରୁ ନଗଦ ୧ଲକ୍ଷ ୨୧ହଜାର ଟଙ୍କା, ୫୩୬ ଗ୍ରାମ୍ର ସୁନା ଗହଣା, ୨୦.୫ଲକ୍ଷ ଟଙ୍କାର ଆସବାବପତ୍ର ଜବତ ହିଥିବା ବେଳେ ଗୋଟିଏ ୪ ଚକିଆ ଯାନ ଓ ୨ଟି ବାଇକ୍ ଠାବ ହୋଇଛି। ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୭ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।