ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ : ୩ଦିନ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର : ଗତ ସାଢ଼େ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବୃଦ୍ଧି ହୋଇଛି। ଏହି ମୂଲ୍ୟ ବୃଦ୍ଧି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ଅତିଷ୍ଠ କଲାଣି। ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ନେଇଥିବା ମହିଳା ରିଫିଲିଂ କରି ନପାରୁ ନାହାନ୍ତି। ଏହା ବିରୋଧରେ ବିଜୁ ଜନତା ଦଳ ରାସ୍ତାକୁ ଓହ୍ଲାଇବ। ଦଳର ବିଜୁ ଯୁବ, ଛାତ୍ର, ମହିଳା ସଂଗଠନ ତିନିଦିନ ଧରି ଆନ୍ଦୋଳନ କରିବ ବୋଲି କହିଛଛନ୍ତି ବିଧାୟର ବ୍ୟୋମକେଶ ରାୟ ଓ ଦେବୀରଞ୍ଜନ ତ୍ରିପାଠୀ।
ସାମ୍ବାଦିକ ସମ୍ମିଳନୀରେ ଦଳର ଏହି ନେତା ଅଭିଯୋଗ କରିଛନ୍ତି ବିଜେପି ଅଛେଦିନ କଥା କହି ସରକାରକୁ ଆସିଥିଲା। ଏବେ କେବଳ ଗ୍ୟାସ ଦର ନୁହେଁ ସବୁ ଅତ୍ୟାବଶକୀୟ ସାମଗ୍ରୀର ଦର ବଢ଼ିଛି। ସିଏଜି ମଧ୍ୟ ଗ୍ୟାସ୍ ରିଫିଲିଂ ନେଇ ତାଙ୍କ ରିପୋର୍ଟରେ କ୍ଷୋଭ ପ୍ରକାଶ କରିଛନ୍ତି। ନ୍ୟାଶନାଲ ହେଲଥ୍ ସର୍ଭେ କହିଛି ମାତ୍ର ୨୦ ପ୍ରତିଶତ ଗ୍ୟାସ ବ୍ୟବହାର ବଢ଼ିଛି। ତେଣୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ୨୨ ତାରିଖରେ ବିଜେଡିର ସମସ୍ତ ଛାମୁଆ ସଙ୍ଗଠନ କଟକ ଆରଡିସି ଅଫିସ ସମ୍ମୁଖରେ ଧାରଣ ଦେବ। ଏଥିସହ ସବୁ ବ୍ଲକ ସମ୍ମୁଖରେ ଧାରଣା ଦିଆଯିବ। ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆରଡିସି ଅଫିସ ସହ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରାଯିବ। ଦର ନ କମିବା ପର୍ଯ୍ୟନ୍ତ ତୃଣମୂଲ ସ୍ତରରେ ଆନ୍ଦୋଳନକୁ ବ୍ୟାପକ କରାଯିବ। ନିର୍ଣ୍ଣାୟକ ଲଢେଇ ପାଇଁ ଦଳ ପ୍ରସ୍ତୁତ ହେଉଥିବା ସେମାନେ କହିଛନ୍ତି।