୫୬ବର୍ଷ ବୟସରେ ମେକଅପ ଆର୍ଟିଷ୍ଟଙ୍କୁ ବିବାହ କରିବେ ଅରବାଜ

ମୁମ୍ବାଇ : ବଲିଉଡ ଅଭିନେତା ଅରବାଜ ଖାନ ୫୬ବର୍ଷ ବୟସରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ଏହି ଖବର ଏବେ ଚର୍ଚ୍ଚାରେ ରହିଛି।

ଖବର ଅନୁଯାୟୀ ଅଭିନେତା ଅରବାଜ ଖାନ ଡେଟ କରୁଥିବା ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ବିବାହ କରିବାକୁ ଯାଉଛନ୍ତି। ‘ପାଟନା ଶୁକ୍ଳା’ ଫିଲ୍ମର ସେଟରେ ଶୌରା ଓ ଅରବାଜଙ୍କ ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ। ଦୁହିଁଙ୍କ ନିଷ୍ପତ୍ତି ଅନୁସାରେ ଡିସେମ୍ବର ୨୪ ତାରିଖରେ ବିବାହ ହେବ ବୋଲି ସ୍ଥିର ହୋଇଛି। ଏହି ଉତ୍ସବରେ କେବଳ ଅରବାଜ ଓ ଶୌରାଙ୍କ ପରିବାର ସଦସ୍ୟ ଓ କିଛି ଖାସ ବନ୍ଧୁମାନେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ୫୬ବର୍ଷ ବୟସରେ ଅରବାଜଙ୍କ ବିବାହ ଖବର ଶୁଣି ଫ୍ୟାନ୍ସମାନେ ଖୁସି। କିନ୍ତୁ ଅରବାଜ ଏତେ ତରବାର ହୋଇ କାହିଁକି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ବୁଝି ହେଉନାହିଁ ବୋଲି ଅନ୍ୟମାନେ ପ୍ରତିକ୍ରିୟା ଦେଇ କହିଛନ୍ତି।

ସୂଚନାଯୋଗ୍ୟ ଅରବାଜ ଖାନ ୧୯୯୮ ଡିସେମ୍ବର ୧୨ ତାରିଖରେ ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ। ବିବାହର ୧୯ ବର୍ଷ ପରେ ମଲାଇକା ଓ ଅରବାଜଙ୍କର ଛାଡ଼ପତ୍ର ହୋଇଥିଲା। ମଲାଇକାଙ୍କ ଠାରୁ ଅଲଗା ହେବା ପରେ ଅରବାଜ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ କରୁଥିଲେ। କିଛିଦିନ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ସେମାନେ ଅଲଗା ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *

Back to top button