୧୭ଜଣ ବିଚାରପତିଙ୍କର ହେବ ବଦଳି : ୩ଜଣ ଓଡ଼ିଶା ଆସିବେ

ନୂଆଦିଲ୍ଲୀ : ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ୱାଧୀନ ‘ସୁପ୍ରିମ୍‌ କୋର୍ଟ କଲେଜିୟମ’ ୧୨ଟି ହାଇକୋର୍ଟର ବିଚାରପତିଙ୍କ ବଦଳି ପାଇଁ ସୁପାରିସ କରିଛନ୍ତି। ଏଥିସହ ୫ଜଣ ମୁଖ୍ୟ ବିଚାରପତିଙ୍କର ବଦଳି ହେବ। ଏହି ୧୭ଜଣଙ୍କ ମଧ୍ୟରୁ ୩ଜଣ ବିଚାରପତି ଓଡ଼ିଶା ହାଇକୋର୍ଟ ଆସିବେ ଓ ଓଡ଼ିଶାରୁ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର ଯିବେ ଉତ୍ତରାଖଣ୍ଡ ହାଇକୋର୍ଟ। ପଞ୍ଜାବ- ହରିୟାଣାରୁ ଜଷ୍ଟିସ୍‌ ଜଶୱନ୍ତ ସିଂହ ଓ ଜଷ୍ଟିସ୍‌ ସୌମେନ ସେନ ଏବଂ ଜଷ୍ଟିସ୍‌ ଅରିନ୍ଦମ ସିହ୍ନା କୋଲକାତାରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିବେ।

ସେହିପରି ସୁପ୍ରିମ୍‌ କୋର୍ଟ ‘କଲିଜିୟମ୍’ ସୁପାରିସ ଅନୁଯାୟୀ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରୁପ କୁମାର ଗୋସ୍ୱାମୀଙ୍କୁ ଛତିଶଗଡ଼ ହାଇକୋର୍ଟକୁ, ମଧ୍ୟପ୍ରଦେଶ ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କୁ ହିମାଚଳପ୍ରଦେଶ ହାଇକୋର୍ଟ, ରାଜସ୍ଥାନ ହାଇକୋର୍ଟ ମୁଖ୍ୟବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କୁ ତ୍ରିପୁରା ହାଇକୋର୍ଟ ଓ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ବିଶ୍ୱନାଥ ସୋମାଦ୍ଦେରଙ୍କୁ ସିକ୍କିମ ହାଇକୋର୍ଟକୁ ବଦଳି କରାଯାଇଛି। ଏହାଛଡା ଜଷ୍ଟିସ୍ ଏ.ଏ କୁରେସୀଙ୍କୁ ତ୍ରିପୁରାରୁ ରାଜସ୍ଥାନ ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ସୁପାରିସ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button