ନୂଆ ସଂସଦ ଭବନରେ ମୋଦୀଙ୍କ ତଦାରଖ

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। କିନ୍ତୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ସେଠାରେ ପହଞ୍ଚିଥିଲେ। ସେଠାରେ ଏକ ଘଣ୍ଟାରୁ ଅଧିକ ସମୟ ରହିବା ସହିତ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ସଂସଦର ଉଭୟ ଗୃହରେ ଉପଲବ୍ଧ ସୁବିଧାସୁଯୋଗ ଦେଖିବା ସଙ୍ଗେ ସଙ୍ଗେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ୨୦୨୦ ଡିସେମ୍ବର ୧୦ରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଶିଳାନ୍ୟାସ କରିଥିଲେ। କେନ୍ଦ୍ର ସରକାର ୨୦୧୯ରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ପ୍ରକଳ୍ପ ଆରମ୍ଭ କରିଥିଲେ ଯେଉଁଥିରେ ନୂଆଦିଲ୍ଲୀରେ ଏକ ନୂତନ ସଂସଦ ଭବନ ନିର୍ମାଣ ସହିତ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ।

୨୦୨୦ରେ ଟାଟା ପ୍ରୋଜେକ୍ଟକୁ ୮୬୧.୯ କୋଟି ଟଙ୍କାରେ ଏହି କାର୍ଯ୍ୟର ଠିକା ଦିଆଯାଇଥିଲା। ପରେ ଯାହାର ମୂଲ୍ୟ ପ୍ରାୟ ୧୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଜାତୀୟ ପକ୍ଷୀ ମୟୂର ବିଷୟବସ୍ତୁକୁ ନେଇ ନୂଆ ସଂସଦ ଭବନର ଲୋକସଭା ଭବନ ନିର୍ମାଣ ପାଇଁ ଯୋଜନା କରାଯାଇଛି। ପୁରୁଣା ସଂସଦ ଭବନ ଠାରୁ ଏହି ନୂତନ କୋଠା ୧୭ ହଜାର ବର୍ଗ ମିଟର ବଡ଼।

Leave a Reply

Your email address will not be published. Required fields are marked *

Back to top button