୨୨ ତାରିଖ ଯାଏଁ ତାତି ବଢିବ

ଭୁବନେଶ୍ଵର : ରାଜ୍ୟରେ ତାତି ବଢୁଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ସମାନ ସ୍ଥିତି। ଆସନ୍ତା ୨୨ ତାରିଖ ଯାଏଁ ସ୍ଵାଭାବିକଠାରୁ ୪ ଡିଗ୍ରୀ ତାତି ବଢ଼ିବାର ସମ୍ଭାବନା ଥିବାରୁ ତିନିଦିନ ପାଇଁ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

ଖବର ଅନୁଯାୟୀ ବାଂଲାଦେଶ ଓ ମିଆଁମାରରେ ବାତ୍ୟା ‘ମୋକା’ ତାଣ୍ଡବ ରଚିଥିବା ବେଳେ ଓଡିଶାରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ଉତ୍ତର-ପଶ୍ଚିମ ଦିଗ ସମୁଦ୍ରରୁ ଶୁଷ୍କ ବାୟୁ ପ୍ରବେଶ ଯୋଗୁଁ ବାୟୁ ମଣ୍ଡଳର ଆଦ୍ରତା କମୁଛି। ଯାହାଫଳରେ ଗରମ ଓ ଗୁଳୁଗୁଳି ବଢାଇବାରେ ଏହା ହେଉଛି ସହାୟକ। ଆଜି ଝାରସୁଗୁଡାରେ ସର୍ବାଧିକ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଆଗକୁ ପାରଦ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଛଡା ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ଦେଓଗଡ଼ ଓ ଅନୁଗୁଳ ପାଇଁ ୩ ଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button