ବନ୍ଦେ ଭାରତ ଏକ୍ସପ୍ରେସ ୩ଟି ରୁଟରେ ଚଳାଇବା ପାଇଁ ଚିଠି ଲେଖିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟର ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ପରିବହନ ମନ୍ତ୍ରୀ ଟୁକୁନି ସାହୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି। ଏହି ରୁଟ ମଧ୍ୟରେ ରହିଛି ପୁରୀ-ରାୟପୁର, ସମ୍ବଲପୁର ଦେଇ ପୁରୀରୁ ରାଉରକେଲା ଓ ଭୁବନେଶ୍ୱରରୁ ହାଇଦ୍ରାବାଦ।

ଅନ୍ୟପକ୍ଷରେ ଶୁକ୍ରବାର ଓଡ଼ିଶାରେ ହାୱଡ଼ା- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ସକାଳ ୬ଟା ୧୦ରେ ହାୱଡ଼ାରୁ ବାହାରିଥିବା ଏହି ଅତ୍ୟାଧୁନିକ ଟ୍ରେନ୍ ଖଡ଼ଗପୁର, ଭଦ୍ରକ, ଯାଜପୁର , କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ଅପରାହ୍ନ ୧୨ଟା ୩୫ରେ ପୁରୀରେ ପହଞ୍ଚିଛି। ଗୋଟାଏ ୫୦ ମିନିଟରେ ପୁରୀ ଛାଡ଼ିବା ପରେ ରାତି ୮ଟା ୩୦ରେ ହାଓଡ଼ା ପହଞ୍ଚିବ।

Leave a Reply

Your email address will not be published. Required fields are marked *

Back to top button