ଲୋକସଭା ନିର୍ବାଚନରେ କୌଣସି ମେଣ୍ଟରେ ମିଶିବନି ବିଏସପି : ମାୟାବତୀ

ଲକ୍ଷ୍ନୌ : ୨୦୨୪ଲୋକସଭା ନିର୍ବାଚନରେ ବିଏସପି କୌଣସି ମେଣ୍ଟରେ ମିଶିବ ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଦଳର ସୁପ୍ରିମୋ ମାୟାବତୀ।

ଖବର ଅନୁଯାୟୀ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ଲକ୍ଷ୍ନୌ ପାର୍ଟି କାର୍ଯ୍ୟାଳୟରେ ବିଏସପିର ହୋଇଥିଲା ସମୀକ୍ଷା ବୈଠକ। ପରେ ମାୟାବତୀ କହିଛନ୍ତି ବିଏସପି ଉଭୟ ମିଳିତ ମେଣ୍ଟରୁ ନିଜକୁ ଦୂରେଇ ରଖିବା ସହିତ କେବଳ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ବିଏସପିର ବିରୋଧୀମାନେ ମିଥ୍ୟା ପ୍ରଚାର କରୁଛନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ଓ କଲ୍ୟାଣ ଉପରେ ବିଜେପି ଏବଂ କଂଗ୍ରେସର ମନୋଭାବ ପ୍ରାୟ ସମାନ। ସେହିପରି ଉତ୍ତରପ୍ରଦେଶରେ ଯୋଗୀ ସରକାର ଯେଭଳି ବୁଲଡୋଜର ଲଗାଇ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉଚିତ ନୁହେଁ। ଜଣେ ବ୍ୟକ୍ତିର ଦଣ୍ଡ ଘୋଷଣା ପୂର୍ବରୁ ସମଗ୍ର ପରିବାରକୁ ଦଣ୍ଡ ଦେବା ହେଉଛି ଲୋକ ବିରୋଧୀ ପଦକ୍ଷେପ। ଏହି କାରଣରୁ ସାଧାରଣ ଜୀବନ ପ୍ରଭାବିତ ହେଉଥିବା ବେଳେ ଲୋକଙ୍କ ସମସ୍ୟା ବଢୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button