ସ୍କୁଲ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ଯାଜପୁର : ପେନସନ ଟଙ୍କା କରାଇ ଦେବାକୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ।।
ଖବର ଅନୁଯାୟୀ ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟ ପେନ୍ ସନ୍ କାଗଜ ପତ୍ର କାମ କରାଇଦେବା ପାଇଁ କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟ କିରାଣୀ ମହେଶ୍ୱର ସାମଲ ୭ ହଜାର ଟଙ୍କା ମାଗିଥିଲେ। ଆଜି ନିରଂଜନ ରାୟଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ଦେବାବେଳେ ମହେଶ୍ୱରଙ୍କୁ ଧରିଥିଲା ଭିଜିଲାନ୍ସ। ଗତକାଲି ମହେଶ୍ୱରଙ୍କ ବିରୋଧରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ନିରଞ୍ଜନ। ସେହି ଅନୁସାରେ ଭିଜିଲାନ୍ସର ବିଛାଇଥିବା ଜାଲରେ ମହେଶ୍ଵର ଫସିବା ପରେ ତାଙ୍କୁ ଗିରଫ କରିଥିବା ଜଣାପଡିଛି।