ବଡ଼ବିଲରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା

କେନ୍ଦୁଝର : ବଡ଼ବିଲରେ ଭୋଳା ସିହ୍ନା ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଖବର ଅନୁଯାୟୀ ସୋମବାର ସକାଳ ୯ଟା ସମୟରେ ଭୋଳା ସିହ୍ନା ସ୍କୁଟିରେ ୬ ନମ୍ବର ୱାର୍ଡର ପୁରୁଣା ଏଲ୍‌ଆଇସି କଲୋନୀ ନିକଟସ୍ଥ ଘରକୁ ଫେରୁଥିଲେ। ମନି ଟାୱାର ନିକଟରେ ତାଙ୍କ ଉପରକୁ ଗୁଳି ମାଡ଼ କରାଯିବାରୁ ସେ ସେଠାରେ ଟଳିପଡିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପୋଲିସ ତାଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ହତ୍ୟାକାଣ୍ଡର ପୋଲିସ ତଦନ୍ତ କରୁଛି। ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି। ଭୋଳା ସିହ୍ନା ସହରର ଜଣେ ଜଣାଶୁଣା ବ୍ୟବସାୟୀ ଥିଲେ। ସ୍ଥାନୀୟ ନଗରପାଳଙ୍କର ଥିଲେ ଘନିଷ୍ଠ। ଅନୁମାନ କରାଯାଉଛି ବ୍ୟବସାୟିକ ଶତୃତା ପାଇଁ ତାଙ୍କୁ କେହି ହତ୍ୟା କରିଥାଇପାରେ। ତେବେ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button