ଟ୍ରକ ମାଡିଯିବାରୁ ହାଟେଲରେ ଖାଉଥିବା ୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ହୋଟେଲରେ ବସି ଖାଇବା ସମୟରେ ଟ୍ରକ ମାଡ଼ିଯିବାରୁ ୧୫ ଜଣଙ୍କର ମୃତ୍ୟୁ। ଅନେକ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ମହାରାଷ୍ଟ୍ର ଧୁଲେ ଜିଲ୍ଲାର ଶିରପୁର ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଧୁଲେ ନିକଟ ମୁମ୍ବାଇ-ଆଗ୍ରା ହାଇୱେରେମଙ୍ଗଳବାର ସକାଳୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟଲୋକେ କହିଛନ୍ତି ହୋଟେଲରେ କିଛି ଯାତ୍ରୀ ବସି ଖାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ଦ୍ରୁତଗତି‌ରେ ହୋଟେଲ ଭିତରକୁ ପଶି ଆସିଥିଲା। ଏହାଦେଖି ଲୋକେ ଦୌଡ଼ାଦୌଡ଼ି କରିଥିଲେ ହେଁ କିଛି ଲୋକଙ୍କୁ ଟ୍ରକଟି ଧକ୍କା ଦେଇ ଆଗକୁ ମାଡିଯାଇଥିଲା। ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ବ୍ୟବ‌ଚ୍ଛେଦ ପାଇଁ ପଠାଇ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଟ୍ରକ ଚାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button