ବିଆରଏସ୍‌ ଛାଡି କଂଗ୍ରେସରେ ମିଶିଲେ ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ

ନୂଆଦିଲ୍ଲୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଝଟକା। ତାଙ୍କ ଦଳ ବିଆରଏସ୍‌ର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ଆହୁରି କିଛି ନେତା ଦଳ ଛାଡିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଶେଷ ଆଡ଼କୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ନେତାମାନେ ଦଳ ଛାଡିବା କେସିଆରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।

ଖବର ଅନୁଯାୟୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ନେତାମାନେ ବିଆରଏସ୍‌ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ସାଂସଦ ପି. ଶ୍ରୀନିବାସ ରେଡ୍ଡୀ, ପୂର୍ବତନ ମନ୍ତ୍ରୀ ଜୁପାଲୀ କୃଷ୍ଣରାଓ, ପୂର୍ବତନ ବିଧାୟକ ପାନୟମ ଭେଙ୍କଟେଶ୍ୱରଲୁ, କୋରାମ କନକୈ, କୋଟା ରାମ ବାବୁ, ରାକେଶ ରେଡ୍ଡୀ ଓ ବିଧାନ ପରିଷଦ ସଦସ୍ୟ ନରସା ରେଡ୍ଡୀଙ୍କ ପୁଅ। ପାଟନାରେ ଅନୁଷ୍ଠିତ ବିରୋଧୀଙ୍କ ମେଗା ବୈଠକରେ ବିଆର୍‌ଏସ୍‌ ଅନୁପସ୍ଥିତ ରହିବା ପରେ ନେତାମାନେ ଦଳ ଛାଡ଼ିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button