ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍‌

ଭୁବନେଶ୍ୱର : ରତ୍ନଭଣ୍ଡାର ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଆଶା କରୁଛୁ ଜଗନ୍ନାଥପ୍ରେମୀଙ୍କୁ ବହୁ ଶୀଘ୍ର ନ୍ୟାୟ ମିଳିବ। ଏହା କହିଛନ୍ତି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି।

ସେ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହଣ ମହଣ ସୁନା ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି। ରତ୍ନଭଣ୍ଡାର ଖୋଲି ଏହା ଭିତରେ ଥିବା ସମସ୍ତ ଅଳଙ୍କାରର ବାସ୍ତବ ସ୍ଥିତି ସଂପର୍କରେ ଜଗନ୍ନାଥପ୍ରେମୀଙ୍କୁ ଅବଗତ କରାଇବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ସମସ୍ତ ଜଗନ୍ନାଥପ୍ରେମୀ ଚାହିଁ ବସିଛନ୍ତି ସରକାର କେବେ ରତ୍ନଭଣ୍ଡାର ଖୋଲିବେ। ମାତ୍ର ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ରତ୍ନଭଣ୍ଡାର ଖୋଲୁନଥିବାରୁ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି।

ରାଜ୍ୟ ସରକାର ରତ୍ନଭଣ୍ଡାର ନଖୋଲିବାକୁ ନେଇ ଜଣେ ଭକ୍ତ ଭାବେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଗତ ୩୦ ତାରିଖ ଦିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସଆଇ ଡିଜି ଏବଂ ଏଏସଆଇ ଅଧୀକ୍ଷକ ୪ ଜଣଙ୍କୁ ନୋଟିସ ଜାରି କରି ଆସନ୍ତା ଅଗଷ୍ଟ ୭ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button