ରେଳ ଦୁର୍ଘଟଣା : ଅନାଥ ପିଲାଙ୍କୁ ମାଗଣାରେ ପାଠ ପଢାଇବେ ସେହୱାଗ
ଭୁବନେଶ୍ଵର : ବାହାନଗା ରେଳ ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇବେ କ୍ରିକେଟ ଖେଳାଳୀ ବୀରେନ୍ଦ୍ର ସେହୱାଗ। ସେ ଟୁଇଟ୍ କରି ଲେଖିଛନ୍ତି ଏହି ଫଟୋ ଆମକୁ ଦୀର୍ଘଦିନ ପର୍ଯ୍ୟନ୍ତ ଭୟଭୀତ କରିବ। ଦୁଃଖର ଏହି ମୁହୂର୍ତ୍ତରେ ମୁଁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠପଢ଼ାରେ ସାହାଯ୍ୟ କରିପାରିବି। ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି। ଏଥିସହ ସେ ଦୁର୍ଘଟଣା ପରେ ଉଦ୍ଧାର ଓ ସହାୟତା ଓ ରକ୍ତଦାନ କରିଥିବା ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।