ରବିବାର ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ

ଭୁବନେଶ୍ଵର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଝାରସୁଗୁଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ସାଢେ ୪ଟାରେ ଝାରସୁଗୁଡ଼ାରେ ଆୟୋଜିତ ସଭାରେ ଯୋଗ ଦେବେ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ। ସନ୍ଧ୍ୟା ୫ ଟା ୫୦ରେ ସେଠାରୁ ଭୁବନେଶ୍ଵର ଫେରିବେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ଭୋଟଗ୍ରହଣ। ସେଠାରେ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂ‌ଗ୍ରେସ ମଧ୍ୟରେ ଟକ୍କର ହେଉଛି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବ୍ୟତୀତ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button