ସରକାରୀ ଜାଗାରେ ବିଧାୟକଙ୍କ ଘର ନିର୍ମାଣକୁ ବିରୋଧ

ବାଲିଗୁଡ଼ା : ବିଜୁ ପାଠାଗାର ନାଁ’ରେ ସରକାରୀ ଜାଗାରେ ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ନିଜସ୍ୱ ଘର ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସ୍ଥାନୀୟ .ଅଞ୍ଚଳର ଜନପ୍ରତିନିଧିମାନେ ରାସ୍ତାକୁ ଓହ୍ଲାଇଥିବା ବେଳେ ନିର୍ମାଣ ଘରକୁ ସିଲ୍‌ କରିବା ଦାବିରେ ଧାରଣାରେ ବସିଛନ୍ତି।

ଖବର ଅନୁଯାୟୀ ଜି.ଉଦୟଗିରି ବିଜେଡି ବିଧାୟକ ସାଲୁଗା ପ୍ରଧାନ ବେଆଇନ ଭାବେ ସରକାରୀ ଜମିକୁ ଅକ୍ତିଆର କରି କୋଠା ନିର୍ମାଣ କରୁଛନ୍ତି। ବିଧାୟକଙ୍କ ଇଙ୍ଗିତରେ ଦାରିଙ୍ଗବାଡି ବ୍ଲକ୍‌ ନିର୍ବାହୀ ଅଧିକାରୀ ବବୃହାନ ବେହେରା ବେଆଇନ କାର୍ଯ୍ୟ ଚଳାଇ ଆସୁଥିବା ଥିବା ଅଭିଯୋଗ ହୋଇଛି। ଗରିବ ଲୋକେ ଘର ନିର୍ମାଣ ପାଇଁ ଜମି ଖଣ୍ଡିଏ ପାଉନଥିବା ବେଳେ ବିଧାୟକ କିଭଳି ସରକାରୀ ଜମିରେ କୋଠା ନିର୍ମାଣ କରୁଛନ୍ତି ବୋଲି ଜନ ପ୍ରତିନିଧିମାନେ ପ୍ରଶ୍ନ କରିଛନ୍ତି। ଆଉ ଏହାର ପ୍ରତିବାଦରେ ଜନ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଦାରିଙ୍ଗବାଡ଼ି ବ୍ଲକ୍‌ ଚେୟାରମ୍ୟାନ୍‌ ରୁଦା ମଲିକଙ୍କ ନେତୃତ୍ୱରେ ଜନ ପ୍ରତିନିଧିମାନେ ଧାରଣାରେ ବସିଛନ୍ତି। ବିଧାୟକଙ୍କ ବେଆଇନ୍‌ କୋଠା ସିଲ ଓ ନିର୍ବାହୀ ଅଧିକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ପ୍ରତିନିଧିମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button