ଇନ୍‌ସ୍‌ପେକ୍ଟର୍‌ଙ୍କ ଗୁପ୍ତାଙ୍ଗ କାଟିଥିବା କନେଷ୍ଟବଳ ଦମ୍ପତ୍ତିଙ୍କ ଆତ୍ମସମର୍ପଣ

ହାଇଦ୍ରାବାଦ: ମେହ୍‌ବୁବ୍‌ନଗରର ଜଣେ ମହିଳା କନେ‌ଷ୍ଟବଳ ଓ ତାଙ୍କ ସ୍ଵାମୀ ଛୁରିରେ ଇନ୍‌ସ୍‌ପେକ୍ଟର୍‌ଙ୍କ ଗୁପ୍ତାଙ୍ଗ କାଟିବାକୁ ଉଦ୍ୟମ କରି ଆହତ କରିଥିଲେ। ପରେ ସେମାନେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଆହତ ଇନ୍‌ସ୍‌ପେକ୍ଟର୍‌ ଇଫ୍‌ତେକର୍‌ ଅହମଦ୍‌ ମେହବୁବ୍ ନଗର ଜିଲ୍ଲାର ସେଣ୍ଟ୍ରାଲ୍‌ କ୍ରାଇମ୍‌ ଷ୍ଟେସନ୍‌ରେ କାମ କରନ୍ତି। ଡ୍‌ୱାଲ୍‌ର ବାସିନ୍ଦା ଇନ୍‌ସପେକ୍ଟର ବିବାହିତ। ତାଙ୍କର ପୁଅଟିଏ ଅଛନ୍ତି। କନେଷ୍ଟବଳ ଦମ୍ପତ୍ତି ମଧ୍ୟ ମେହବୁବ୍‌ନଗର। ତାଙ୍କର ୨ଟି ସନ୍ତାନ। ପୂର୍ବରୁ ମହିଳା କନେଷ୍ଟବଳ ଜଣକ ଇନ୍‌ସ୍‌ପେକ୍ଟର୍‌ ଇଫ୍‌ତେକର୍‌ଙ୍କ ସହିତ କାମ କରୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୁଧବାର ଦିନ ମହିଳା କନେଷ୍ଟବଳଜଣକ ରାତି ଡିୟୁଟି କରୁଥିବା ତାଙ୍କ ସ୍ଵାମୀଙ୍କୁ ସୂଚନା ଦେଲେ ଇନ୍‌ସ୍‌ପେକ୍ଟର୍‌ ଫୋନ୍‌ କରି କହିଛନ୍ତି ଗୁରୁବାର ସକାଳେ ଘରକୁ ଆସିବେ। ଗୁରୁବାର ସକାଳେ ଘଟଣା ଘଟିଥିଲା। ଏହି ଆକ୍ରମଣର କାରଣ ଜଣାପଡ଼ି ନାହିଁ। ତେବେ ଅତୀତରେ ମହିଳା କନେଷ୍ଟବଳ ଓ ଇନ୍‌ସ୍‌ପେକ୍ଟର୍‌ଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା କିମ୍ବା ଏହା ଉତ୍ପୀଡ଼ନ ମାମଲା, ସେ ନେଇ ପୋଲିସ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *

Back to top button