୭ଟି ନଦୀର ଜଳସ୍ତର ବଢ଼ୁଛି

ଭୁବନେଶ୍ୱର : ଲଘୁଚାପଜନିତ ଲଗାଣ ବର୍ଷା ଗତ ୧୧ ତାରିଖରୁ ଲାଗି ରହିଥିବାରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏବେ ରାଜ୍ୟର ୭ଟି ନଦୀର ଜଳସ୍ତର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ ଜଳ ଭଣ୍ଡାରର ୬ଟି ଗେଟ୍‌ ଖୋଲାଯାଇଥିବା ବେଳେ ବହୁ ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଖବର ଅନୁଯାୟୀ ନରାଜରେ ମହାନଦୀ ଓ ଆଳିପିଙ୍ଗଳରେ ଦେବୀ ନଦୀ ଫୁଲିବାରେ ଲାଗିଛି। ସୁନ୍ଦରଗଡରେ ଇବ୍, ଜେନାପୁର ଓ ପାନପୋଷରେ ବ୍ରାହ୍ଣଣୀର ଜଳସ୍ତର ବୃଦ୍ଧି ପାଉଛି। ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ବୁଢାବଳଙ୍ଗ ଏବଂ ରାଜଘାଟ ଓ ଜାମସୋଳା ଘାଟରେ ସୁବର୍ଣ୍ଣରେଖା ବଢୁଛି। ଗୁଣୁପୁରରେ ବଂଶଧାରା ଓ ମଥାନୀରେ ଜଳକାର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Leave a Reply

Your email address will not be published. Required fields are marked *

Back to top button