୧୨୮ ଓଏଏସ୍‌ଙ୍କୁ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟ ସରକାର ୧୨୮ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ଅଫିସରମାନେ ୨୦୨୩ ଜାନୁୟାରୀ ୩ ତାରିଖରୁ ବିଭିନ୍ନ ଜିଲ୍ଲାରେ ଟ୍ରେନିଂ ଅଫିସର ଭାବେ ପ୍ରଶିକ୍ଷଣ ନେଉଥିଲେ।

ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ବିଜ୍ଞପ୍ତି ଅନୁସାରେ ୧୨୮ଜଣ ଟ୍ରେନିଂ ଓଏଏସଙ୍କୁ ବିଭିନ୍ନ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଛି। ଜିଲ୍ଲାସ୍ତରରେ ଯେଉଁ ଓଏଏସ୍ ଅଫିସରମାନେ ନିଜର ପ୍ରଶିକ୍ଷଣ ସମାପ୍ତ କରିସାରିଲେଣି ସେମାନଙ୍କୁ ତୁରନ୍ତ ରିଲିଭ୍ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାକି ଓଏଏସଙ୍କୁ ସେମାନଙ୍କ ପ୍ରଶିକ୍ଷଣ ଅବଧି ସମାପ୍ତ ହେବାମାତ୍ରେ ରିଲିଭ୍ କରିବାକୁ କୁହାଯାଇଛି। ଯାହାଫଳରେ ଏହି ଅଫିସରମାନେ ନୂଆ ପଦରେ କାର୍ଯ୍ୟ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button