କୋରାପୁଟ ହାଟପଦାରେ ଡବଲ୍ ମର୍ଡର

କୋରାପୁଟ : କୁନ୍ଦୁଲି ହାଟପଦାରେ ଡବଲ୍ ମର୍ଡର। ମୃତ ଯୁବକ ଦ୍ୱୟ ହେଲେ ଗୋବର୍ଦ୍ଧନ ପାଣ୍ଡକା ଓ ରାଜକୁମାର ରୁଡ଼ି।

ଖବର ଅନୁଯାୟୀ ବୁଧବାର ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା କୁନ୍ଦୁଲି ହାଟପଦାକୁ ଜିନିଷ କିଣିବାକୁ ଯାଇଥିଲେ। ଏହି ସମୟରେ ଦୋକାନୀ ଯୋଗୁଲୁ ରୁଡ଼ିଙ୍କ ସହିତ ଗୋବର୍ଦ୍ଧନଙ୍କର ବଚସା ହୋଇଥିଲା। ପରେ ଯୋଗୁଲୁ ଓ ପୁଅ ରାଜକୁମାର ମିଶି ଠେଙ୍ଗା ଓ ଧାରୁଆ ଅସ୍ତ୍ରରେ ଗୋବର୍ଦ୍ଧନକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଗୋବର୍ଦ୍ଧନଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ରାଜକୁମାରକୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ମାରି ଦେଇଥିଲେ। ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button