ପାରାଦୀପ : ମା’କୁ କଟୁରିରେ ହାଣିଲା ପୁଅ

ପାରାଦୀପ: ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଘଟିଛି ହତ୍ୟାକାଣ୍ଡ। ମା’ ସୁଲୋଚନାକୁ ସାନପୁଅ ଅଂଶୁମାନ ବେହେରା କଟୁରିରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ଗତକାଲି ଥିଲା ସୁଲୋଚନା ମା’ଙ୍କର ଶ୍ରାଦ୍ଧ। ଘରକୁ ଆସିଥିଲେ ବନ୍ଧୁ ପରିଜନ। ଶ୍ରାଦ୍ଧ ସାରି ବିଳମ୍ବିତ ରାତିରେ ସମସ୍ତେ ପଳାଇ ଯାଇଥିଲେ। ଆଜି ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି। ସୁଲୋଚନା ଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ। ପ୍ରତିଦିନ ପୁଅ ଅଂଶୁମାନ ତାଙ୍କୁ ସ୍କୁଲକୁ ନେବାଆଣିବା କରେ। ମଙ୍ଗଳବର ସକାଳୁ ସୁଲୋଚନା ଦାଣ୍ଡପିଣ୍ଡାରେ ମୁଣ୍ଡ କୁଣ୍ଡାଉଥିବା ବେଳେ ଅଂଶୁମାନ ଏକ କଟୁରି ସାହାଯ୍ୟରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସୁଲୋଚନାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button