ଖୋର୍ଦ୍ଧା ଜିଲ୍ଲା କଂଗ୍ରେସର ପରିବର୍ତ୍ତନ ସମାବେଶ ୨୭ରେ

ଖୋର୍ଦ୍ଧା : ଆସନ୍ତା ୨୭ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ଖୋର୍ଦ୍ଧା ହାବେଳୀ ପଡ଼ିଆଠାରେ ପରିବର୍ତ୍ତନ ସମାବେଶ ଆୟୋଜିତ ହେବ। ଏଥିରେ ପ୍ରାୟ ୧୨ହଜାରରୁ ଅଧିକ ସେବାଦଳ ସଦସ୍ୟ, ମହିଳା କଂଗ୍ରେସ, ଛାତ୍ର ଓ ଯୁବ କଂଗ୍ରେସ ଆଦି ଛାମୁଆ ସଂଗଠନର ସଦସ୍ୟଙ୍କ ସହ ଦଳର ବରିଷ୍ଠ କର୍ମକର୍ତ୍ତା ଯୋ‌ଗଦେ‌ବେ। ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏହି ସୂଚନା ଦେଇଛନ୍ତି।

ଶ୍ରୀ ରାଉତରାୟ କହିଛନ୍ତି ୨୭ ତାରିଖ ଦିନ ସକାଳ ସାଢ଼େ ୯ରୁ ୧୦ଟା ମଧ୍ୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ହାବେଳୀ ପଡ଼ିଆରେ ପହଞ୍ଚିବ। ସେଠାରେ ସଭା ୨ରୁ ‌ଅଢ଼େଇ ଘଣ୍ଟା ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ସମସ୍ତ କଂଗ୍ରେସ ବିଧାୟକ, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି, ଯୁବ କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସଭାନେତ୍ରୀ ପ୍ରମୁଖ ଯୋଗ ଦେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ରଞ୍ଜନ ବରାଳ, ନଗର ଛାତ୍ର କଂଗ୍ରେସ ସଭାପତି ସ୍ବୟଂ ସ୍ବାଇଁ, ପ୍ରଦୋଷ ହରିଚନ୍ଦନ, ପ୍ରଦୋଷ ସାହୁ, ଜିତେନ୍ଦ୍ର ଚମ୍ପତ୍ତି, ନୃସିଂହ ମିଶ୍ର, ହଲିମ ଖାଁ, ସେବା ଦଳର ବିଭାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button