ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ : ବିହାରୀ ଯୁବକଙ୍କୁ ଜେରା

ନୂଆଦିଲ୍ଲୀ : ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ‘ଡିପ୍‌ ଫେକ୍‌’ ଭିଡିଓ ମାମଲାରେ ଦିଲ୍ଲୀ ପୋଲିସ ବିହାରର ଜଣେ ଯୁବକଙ୍କୁ ପଚରାଉଚରା କରିଛି। ପୋଲିସ ସନ୍ଦେହ କରୁଛି ଏହି ଭିଡିଓକୁ ଯୁବକ ଜଣକ ପ୍ରଥମେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ। ପରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବହୁଳ ଭାବରେ ସେୟାର କରିଥିଲେ।

ଖବର ଅନୁଯାୟୀ ପ୍ରଥମେ ଯୁବକଙ୍କ ଆକାଉଣ୍ଟରୁ ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବାରୁ ତାଙ୍କୁ ଅନୁସନ୍ଧାନରେ ଯୋଗଦେବାକୁ ନୋଟିସ୍ ଦିଆଯାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନଭେମ୍ବର ୧୦ ତାରିଖରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୬୫, ୪୬୯, ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ସରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୬ସି, ଓ ଓ ୬୬ଇ ଅନୁଯାୟୀ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। ତେବେ ଏହି ମାମଲାରେ କାହାକୁ ଗିରଫ କରାଯାଇ ନାହିଁ। ଧରାପଡ଼ିଥିବା ଯୁବକ ଜଣକ କହିଛନ୍ତି ସେ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଭିଡିଓ ଡାଉନଲୋଡ୍ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button