ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ସୀମାରେ ନିୟୋଜିତ କରିବ ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ସୀମାରେ ନିୟୋଜିତ କରିବା ପାଇଁ ତାଲିବାନ ଏକ ସ୍ୱତନ୍ତ୍ର ଆତ୍ମଘାତୀ ବିସ୍ଫୋରଣକାରୀ ବାଟାଲିୟନ ତିଆରି କରିଛି। ଏହାର ନାମ ଲଶ୍କର-ଏ-ମନସୁରୀ। ତାଜିକିସ୍ତାନ ଓ ଚୀନ୍ ସୀମାବର୍ତ୍ତୀ ଉତ୍ତର-ପୂର୍ବ ବାଦାଖଶାନ ପ୍ରଦେଶର ସୀମାଲାଗି ବାଟାଲିୟନ ସୃଷ୍ଟି କରାଯାଇଛି ବୋଲି ଆଫାଗାନର ଡେପୁଟି ଗଭର୍ଣ୍ଣର ମଲ୍ଲିକ ନିସାର ଅହମ୍ମଦ ଗଣମାଧ୍ୟମକୁ କହିଛନ୍ତି।

ସେ କହିଛନ୍ତି ଏହି ଆତ୍ମଘାତୀ ବିସ୍ଫୋରଣକାରୀ ବାଟାଲିୟନ ପୂର୍ବରୁ ଆଫଗାନିସ୍ତାନ ସରକାରଙ୍କ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆକ୍ରମଣ କରିବ। ଏହି ବାଟାଲିୟନ ନହେଲେ ଆମେରିକାର ପରାଜୟ ସମ୍ଭବ ନୁହେଁ। ସେମାନେ ଆଫଗାନିସ୍ତାନରେ ଆମେରିକାର ବେସକୁ ବିସ୍ଫୋରଣ ପାଇଁ ଅଣ୍ଟା ଭିଡ଼ିଥିଲେ ବୋଲି ସେ କହିଛନ୍ତି। ଯେଉଁମାନେ ଆଲ୍ଲାଙ୍କ ପାଇଁ ନିଜକୁ ଉତ୍ସର୍ଗ କରନ୍ତି ସେମାନେ ଭୟଭୀତ ନୁହଁନ୍ତି। ଲଶ୍କର-ଇ-ମନସୁରୀ ସହିତ ବଦ୍ରି ୩୧୩ ହେଉଛି ଅନ୍ୟ ଏକ ବାଟାଲିୟନ ଯାହା କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିୟୋଜିତ ଥିଲା। ଏମାନେ ଆଧୁନିକ ସାମରିକ ଗୋଷ୍ଠୀ ଭାବରେ ବେଶ ଜଣାଶୁଣା।

Leave a Reply

Your email address will not be published. Required fields are marked *

Back to top button