ମଣ୍ଡିରେ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ : ସମବାୟ ମନ୍ତ୍ରୀ

ଭୁବନେଶ୍ଵର : ଧାନ ମଣ୍ଡିରେ ବିଭାଗୀୟ ଅଧିକାରୀ ସମସ୍ୟା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଚେତାବନୀ ଶୁଣାଇଛନ୍ତି।

ଖବର ଅନୁଯାୟୀ ଧାନ ମଣ୍ଡିରେ ଅଵ୍ୟଵସ୍ଥା ନେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଗତ ବର୍ଷ କୌଣସି ମଣ୍ଡିରେ କିଛି ଅବ୍ୟବସ୍ଥା ନଥିଲା। ଚଳିତବର୍ଷ ଗତ ୨୧ ତାରିଖରୁ ମଣ୍ଡିରେ ଧାନକିଣା ଆରମ୍ଭ ହୋଇଛି। ଧାନ ବିକ୍ରିର ୪୮ ଘଣ୍ଟା ଭିତରେ ଚାଷୀ କିଭଳି ଟଙ୍କା ପାଇବେ ସେ ବ୍ୟବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ ଅବ୍ୟବସ୍ଥା ଅଭିଯୋଗ ଆସିନି। ସେଣ୍ଟ୍ରାଲ ସ୍କ୍ବାଡ୍ ମଣ୍ଡି ବୁଲି ଯାଞ୍ଚ କରିବେ। ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅବ୍ୟବସ୍ଥା ଅଭିଯୋଗ ଆସିଲେ ସ୍କ୍ବାଡ୍ ତଦନ୍ତ କରିବ। ମଣ୍ଡି ଓ ଧାନ ସଂଗ୍ରହ କେନ୍ଦ୍ରରେ ସିସିଟିଭି ଲାଗିଛି। ଚାଷୀଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା ହୋଇଥିବା ବେଳେ ମିଲରମାନଙ୍କୁ ତାଗିଦ କରାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button